fbpx
BSKY
BJD MC SKY
BJD MS SKY

DGPଙ୍କ ବଡ଼ ନିଷ୍ପତ୍ତି: ଏଣିକି ଟ୍ରାଫିକ ପୋଲିସ ପିନ୍ଧିବେ AC ହେଲମେଟ

ନୂଆଦିଲ୍ଲୀ: ଆଜିକାଲି ରାସ୍ତାଘାଟରେ ଯାନବାହାନର ଚଳପ୍ରଚଳ ଦ୍ରୁତ ଭାବେ ବଢ଼ିବାରେ ଲାଗିଛି । ଯାନବାହାନର ସଂଖ୍ୟା ବଢ଼ିବା ଫଳରେ ଅଧିକାଂଶ ସମୟରେ ରାସ୍ତାଘାଟରେ ଦୁର୍ଘଟଣା ମାନ ଘଟୁଥିବାର ଦେଖାଯାଉଛି । ତେଣୁ କେନ୍ଦ୍ର ଓ ବିଭିନ୍ନ ରାଜ୍ୟର ସରକାରଙ୍କ ପକ୍ଷରୁ ଟ୍ରାଫିକ ସଚେତନତା ଜାରି କରାଯାଇଥାଏ । ଟ୍ରାଫିକ ସମସ୍ୟାକୁ ସୁଧାରିବା, ଦୁର୍ଘଟଣାକୁ ହ୍ରାସ କରିବା, ଜନସାଧାରଣଙ୍କ ଜୀବନ ବଞ୍ଚାଇବା ଆଦି କ୍ଷେତ୍ରରେ ଟ୍ରାଫିକ ପୋଲିସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ ।

ତେବେ ଟ୍ରାଫିକ ପୋଲିସଙ୍କୁ ନେଇ ଆସିଛି ଏକ ବଡ଼ ଖବର । ଏଣିକି ଟ୍ରାଫିକ ପୋଲିସମାନେ ପିନ୍ଧିବେ ଏସି ହେଲମେଟ । ଗୁଜରାଟର ଅହମ୍ମଦାବାଦ ଟ୍ରାଫିକ ପୋଲିସ ପାଇଁ ଆସିଛି ଏହି ନିୟମ । ଏହି ହେଲମେଟ ଟ୍ରାଫିକ କର୍ମଚାରୀଙ୍କୁ ବହୁତ ଫାଇଦା ଦେବ । ଅନେକ ସମୟରେ ଟ୍ରାଫିକ କର୍ମଚାରୀମାନେ ଭୀଷଣ ଖରାରେ ଡ୍ୟୁଟି କରୁଥାନ୍ତି । ତେଣୁ ଏହି ହେଲମେଟ ପିନ୍ଧି ସେମାନେ ଖରାରୁ ସହଜରେ ରକ୍ଷା ପାଇ ପାରିବେ ।

ଟ୍ରାଫିକ କର୍ମଚାରୀଙ୍କୁ ସୁରକ୍ଷା ଓ ଆରାମ ପ୍ରଦାନ ଲକ୍ଷ୍ୟରେ ଗୁଜୁରାଟ ପୋଲିସ ମୁଖ୍ୟ (ଡିଜିପି) ଏହି ନିଷ୍ପତ୍ତି ନେଇଛନ୍ତି । ପାଇଲଟ ପ୍ରୋଗ୍ରାମ ଭାବେ ଏହାକୁ ଆରମ୍ଭ କରାଯାଇଛି । ଏସି ହେଲମେଟ ପିନ୍ଧି କର୍ମଚାରୀମାନ ଖରାଦିନେ ଭୀଷଣ ଖରାରେ ଡ୍ୟୁଟି କରିପାରିବେ । କର୍ମଚାରୀଙ୍କୁ ଏହି ଏସି ହେଲମେଟ ପ୍ରଦାନ କରାଯାଉଥିବା ନେଇ ସହରର ପୂର୍ବାଞ୍ଚଳର ଅନେକ ଲୋକ ଶୁଭେଚ୍ଛା ଜଣାଇଛନ୍ତି । ବ୍ୟାଟେରୀ ଚାଳିତ ଏହି ହେଲମେଟ କର୍ମଚାରୀଙ୍କ ଆଖି, ନାକକୁ ଧୂଳି ପ୍ରଦୂଷଣ ଓ ଖରାରୁ ରକ୍ଷା କରିବ । ଏହି ହେଲମେଟରେ ରହିଥିବା ପ୍ରତିରକ୍ଷା ଗ୍ଲାସ ମୁହଁଠାରୁ ନାକ ପର୍ଯ୍ୟନ୍ତ କଭର କରି ରଖିଥାଏ ।

Get real time updates directly on you device, subscribe now.