fbpx
BSKY
BJD MC SKY
BJD MS SKY

ଦିଲ୍ଲୀ ସେବା ବିଲ୍‌ ଏବେ ଆଇନ:ମୌସୁମୀ ଅଧିବେଶନରେ ପାରିତ ଆଉ ୩ଟି ବିଲ୍‌କୁ ବି ମଂଜୁରି ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଇନରେ ପରିଣତ ହେଲା ଦିଲ୍ଲୀ ସେବା ବିଲ୍‌ । ବିଲ୍‌କୁ ଅନୁମୋଦନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅଗଷ୍ଟ ୩ରେ ଲୋକସଭାରେ ପାରିତ ହୋଇଥିଲା ।ଅନ୍ୟପଟେ ମୌସୁମୀ ଅଧିବେଶନରେ ପାରିତ ଆଉ ୩ଟି ବିଲ୍‌କୁ ବି ମଂଜୁରି ମିଳିଛି । ଡିଜିଟାଲ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍‌କୁ ଅନୁମୋଦନ ମିଳିଛି । ଏହା ସହିତ ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଲ୍‌କୁ ମଞ୍ଜୁରି ମିଳିଛି । ସେହିପରି ଜନ ବିଶ୍ବାସ ସର୍ତ୍ତାବଳୀ ସଂଶୋଧନ ବିଲ୍‌କୁ ବି ଅନୁମୋଦନ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

 

ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀରେ ପ୍ରଶାସନିକ ଅଧିକାରୀଙ୍କ ନିଯୁକ୍ତି ଓ ବଦଳିକୁ ନେଇ କିଛିଦିନ ହେବ କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାରଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଏହାକୁ ନେଇ ଦିଲ୍ଲୀ ସରକାର ସୁପ୍ରିମକୋର୍ଟ ଯାଇଥିଲେ । କୋର୍ଟ ଏହି ମାମଲାରେ ଦିଲ୍ଲୀ ସରକାରଙ୍କ ସପକ୍ଷରେ ରାୟ ଦେଇଥିଲେ । ଏହାପରେ ତୁରନ୍ତ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ଆଦେଶ ଉପରେ ଅଧ୍ୟାଦେଶ ଆଣି ଏହାକୁ ସାମ୍ବିଧାନିକ ପୀଠକୁ ପଠାଇଥିଲେ । ଶେଷରେ ଏହି ବିଲ ସଂସଦରେ ପାରିତ ହୋଇ ଆଇନରେ ପରିଣତ ହୋଇଛି । ଏବେ ଦିଲ୍ଲୀର ପ୍ରଶାସନିକ ସେବା ବିଭାଗର ମୁଖ୍ୟ ଭାବେ ଉପ ରାଜ୍ୟପାଳ ସମସ୍ତ ନିଷ୍ପତ୍ତି ନେବାର କ୍ଷମତା ପାଇଛନ୍ତି ।

Get real time updates directly on you device, subscribe now.