fbpx

ବାରମ୍ବାର ଭଉଣୀକୁ ଭାଇ କରୁଥିଲା ଦୁଷ୍କର୍ମ,ମା’ କହିଲା ତୁ ଚୁପ ରହ…

ଓଡିଶା ଭାସ୍କର; ପୁଣି ଭାଇ ଭଉଣୀ ସମ୍ପର୍କରେ ଲାଗିଲା କଳଙ୍କ । ଘରେ ଏକୁଟିଆ ଦେଖି ଭାଇ ସବୁବେଳେ ଭଉଣୀକୁ କରୁଥିଲା ଦୁଷ୍କର୍ମ । ସବୁ କିଛି ଜାଣି ବି ମା’ ଭଲ ବୋଲି କହୁଥିଲେ । ନିଜ ଭାଇ ଓ ମା’ଙ୍କ ବିରୋଧରେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଜଣେ ପୀଡିତା । ଏନେଇ ସେ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର କାନପୁର ଅଞ୍ଚଳରେ । ଏହି ଘଟଣା ସାଧାରଣରେ ସମସ୍ତଙ୍କୁ ଚକିତ କରିଛି ।

ସୂଚନା ଅନୁଯାୟୀ, ପୀଡ଼ିତା ତାଙ୍କ ଏତଲାରେ ଲେଖିଛନ୍ତି ଯେ, କିଛି ବର୍ଷ ହେଲାଣି ଭାଇ ମୋ ସହ ଦୁଷ୍କର୍ମ କରୁଥିଲା। ଘରେ କେହି ନଥିବା ବେଳେ ମୋ ସହ ସେ ଏହି ଅପରାଧ କରୁଥିଲା। ହେଲେ ମା’ ତାକୁ ଭଲ ବୋଲି କହୁଥିଲେ। ମୁଁ ସବୁ କହିବା ପରେ ବି ସେ ଭାଇକୁ ସମର୍ଥନ କରିବା ସହ ମୋତେ ଚୁପ ରହିବାକୁ କହୁଥିଲେ। ବାରମ୍ବାର ଏଭଳି ହେବାରୁ ଏବେ ମୁଁ ପୁଲିସରେ ଅଭିଯୋଗ କରିବାକୁ ସାହସ କରିଛି ।

ଏଡିସିପି ଲଖନ ସିଂ ଯାଦବ କହିଛନ୍ତି, ପୀଡିତା ଜଣକ ନିଜ ଭାଇଙ୍କ ବିରୋଧରେ ଥାନାରେ ଆସି ଏକ ଦୁଷ୍କର୍ମ ମାମଲା ଦାୟର କରିଥିଲେ । ପୀଡିତାଙ୍କ ଅଭିଯୋଗ ମୁତାବକ ଥାନାରେ ଏକ ଏଫଆଇଆର ପଞ୍ଜିକୃତ ହୋଇଛି । ଅଭିଯୁକ୍ତ ଭାଇକୁ ଗିରଫ ମଧ୍ୟ କରାଯାଇଛି । ଘଟଣା ତଦନ୍ତ ଚାଲିଥିବା ବେଳେ ପୀଡିତାର ମା’ଙ୍କୁ ମଧ୍ୟ ଥାନାକୁ ଡକାଯାଇ ଅଧିକ ପଚାରଉଚରା କରାଯାଉଛି । ଆଇନ ଅନୁଯାୟୀ ପୋଲିସ ତାର ତଦନ୍ତ ଜାରି ରଖିଛି ।

 

Get real time updates directly on you device, subscribe now.