fbpx
BSKY
BJD MC SKY
BJD MS SKY

Mattressରେ ଶୋଉଛନ୍ତି କି ? ଏହାର ସ୍ୱଚ୍ଛତାକୁ କରନ୍ତୁ ନାହିଁ ଅଣଦେଖା, ସ୍ୱାସ୍ଥ୍ୟ ପ୍ରତି ସାଜିପାରେ ବିପଜ୍ଜନକ

ଓଡ଼ିଶା ଭାସ୍କର: ଆଧୁନିକ ଜୀବନଶୈଳୀରେ ବ୍ୟକ୍ତିର ହାତ ପାହାନ୍ତାରେ ଅନେକ ସୁଖ ସୁବିଧା ରହିଛି । ଏଥିମଧ୍ୟରେ ସୁଖ ନିଦ୍ରା ପାଇଁ ଅଧିକାଂଶ ବ୍ୟକ୍ତି ଗଦି (Mattress) ବ୍ୟବହାର କରିଥାନ୍ତି । ସାଧାରଣତଃ ଗଦି ଚୟନ କରିବା ସମୟରେ ବ୍ୟକ୍ତି ଜଣଙ୍କ ଅନେକ ଯାଞ୍ଚ୍ ପରେ ଏହାକୁ କ୍ରୟ କରିଥାଏ । ନିଜ କିନ୍ତୁ ଅନେକ ସମୟରେ ଲୋକମାନେ Mattress Hygiene (ଗଦିର ସ୍ୱଚ୍ଛତା)କୁ ନେଇ ଅବହେଳା କରିଥାନ୍ତି । ଅଧିକାଂଶ କ୍ଷେତ୍ରରେ ବ୍ୟକ୍ତି ଜଣଙ୍କ ଗଦିରେ ଶୋଇବା ସମୟରେ କେବଳ ବେଡସିଟ୍ ବଦଳାଇ କାମ ଚଳାଇଥାନ୍ତି । କିନ୍ତୁ ଏହା ଯଥେଷ୍ଟ ନୁହେଁ । ଦୀର୍ଘ ଦିନ ପର୍ଯ୍ୟନ୍ତ ଗଦି ସଫା ନହେଲେ ଏଥିରେ ବ୍ୟାକ୍ଟେରିଆ, ଫଙ୍ଗସ୍‌, ଧୂଳି ଇତ୍ୟାଦି ଜମା ହୋବା କାରଣରୁ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ । ସୁସ୍ଥ ଶରୀର ପାଇଁ କେବଳ ନିଦ୍ରା ଆବଶ୍ୟକ ହୋଇନଥାଏ ବରଂ ଆପଣ ଶୋଉଥିବା ଗଦିର ସ୍ୱଚ୍ଛାତା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ । ତେବେ ଆସନ୍ତୁ ଜାଣିବା କିପରି ମେଣ୍ଟେନ୍ କରିବା Mattress Hygiene ।

ଆଜିକାଲି ପ୍ରାୟ ଅଧିକାଂଶ ଦମ୍ପତ୍ତି କର୍ମଜୀବୀ । ଘର କାମ ପାଇଁ ସେମାନେ ଚାକରାଣୀ ରଖିଥାନ୍ତି କିନ୍ତୁ ସେମାନେ କେବଳ ଉପର ଉପର ସଫାସୁତୁରା ରଖିଥାନ୍ତି । ସେମାନଙ୍କୁ ମଧ୍ୟ ଅଧିକ ପରିଶ୍ରମ କରିବା ପାଇଁ ପଛଘୁଞ୍ଚା ଦେଇଥାନ୍ତି । ତେଣୁ ନିଜ ସ୍ୱାସ୍ଥ୍ୟର ଦାୟିତ୍ୱ ପ୍ରତି ଟିକିଏ ସମୟ ବାହାର କରନ୍ତୁ ।

୧. ଖରାରେ ଗଦି ଶୁଖାଇବା ଦ୍ୱାରା ଅନେକ ଜୀବାଣୁ ମରିଥାନ୍ତି । ଏହା ବ୍ୟତୀତ ଗଦିର ଆଦ୍ରତା ଏବଂ ଦୁର୍ଗନ୍ଧ ମଧ୍ୟ ଦୂର ହୋଇଥାଏ । ପ୍ରତି ୧୫ ଦିନରେ ଥରେ ଗଦି ଶୁଖାଇବା ଭଲ । ଏପରି ନହେଲେ ପ୍ରତି ମାସ କିମ୍ବା ୬ ମାସରେ ଥରେ ଗଦିକୁ ଖରାରେ ଶୁଖାଇବା ଭୁଲନ୍ତୁ ନାହିଁ ।

୨. ବିଶେଷ କରି ବର୍ଷା ଏବଂ ଶୀତ ଦିନେ ଗଦିକୁ ସଫା କରିବା ପାଇଁ ଭେକ୍ୟୁମ୍ କ୍ଲିନର ବ୍ୟବହାର କରିପାରିବେ ।

୩. ଗଦୀର ଆୟୁଷ ବୃଦ୍ଧି କରିବା ପାଇଁ ଭଲ Mattress Protectorର ବ୍ୟବହାର କରିପାରିବେ । ଏହା ବ୍ୟତୀତ ୱାଟର ପ୍ରୁଫ୍ ଗଦି ବ୍ୟବହାର କରିବା ଦ୍ୱାରା ଝାଳ ଏବଂ ପାଣି ଆଦି ପଡ଼ିବାରୁ ଗଦି ନଷ୍ଟ ହୋଇନଥାଏ ।

୪. ନିୟମିତ ବ୍ୟବଧାନରେ ଗଦିର ବେଡସିଟ୍‌, କମ୍ବଳ, ତକିଆ ଇତ୍ୟାଦି ବଦଳାନ୍ତୁ । ସଫାସୁତୁରା ବେଡସିଟରେ ଶୋଇବା ଦ୍ୱାରା କୌଣସି ଚର୍ମ ସମସ୍ୟା ଦେଖାଯାଇନଥାଏ ।

Get real time updates directly on you device, subscribe now.