fbpx
BSKY
BJD MC SKY
BJD MS SKY

“ଆଲ୍ଲା ଚାହିଁଲେ ସାରା ଆକାଶ ଖାଲି ଧୂଆଁ ହିଁ ଧୂଆଁ ହୋଇଯିବ..’, ସ୍କୁଲକୁ ମିଳିଥିବା ଧମକ ଭରା ଇମେଲ୍‌ରେ ଲେଖାଯାଇଛି ଏପରି କିଛି

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ୮୦ରୁ ଅଧିକ ସ୍କୁଲକୁ ବମ୍ରେ ଉଡାଇଦେବାକୁ ଧମକ ମିଳିଛି । ଏକ ଇମେଲ୍ ଜରିଆରେ ଏହି ସମସ୍ତ ସ୍କୁଲକୁ ବମ୍ରେ ଉଡାଇ ଦେବାକୁ ଧମକ ମିଳିଛି । ଏହି ଧମକ ମିଳିବା ପରେ ଯାଞ୍ଚ ଏଜେନ୍ସୀ ତତ୍ପର ହୋଇ ଉଠିଛନ୍ତି । ଦିଲ୍ଲୀର ବହୁ ସ୍କୁଲରେ ତଲାସ ଅଭିଯାନ ଜୋରଦାର ହୋଇଛି । ତେବେ ଏହି ଧମକପୂର୍ଣ୍ଣ ଇ-ମେଲ୍ରେ ବହୁ କଥା ଲେଖାଯାଇଛି ।

ଏହି ଇମେଲ୍ରେ ଲେଖାଯାଇଛି, “ଆମ ହୃଦୟ ଲୁହା ଠାରୁ ଟାଣ ଯାହା ଆମେ ତୁମକୁ ଧ୍ୱଂସ କରିବା ପାଇଁ ଏପରି ପ୍ରସାର କରିବୁ । ଆମେ ତୁମକୁ ଅଗ୍ନିଶିଖାରେ ପକାଇ ଦେବୁ । ତୁମେ ସେଥିରେ ଅଣନିଃଶ୍ୱାସୀ ହୋଇ ଛଟପଟ ହେବ । ଆଲ୍ଲା ଏଥିପାଇଁ ଆମ ଭିତରେ ଅଗ୍ନିର ଜ୍ୱାଳା ସୃଷ୍ଟି କରିଛନ୍ତି । ତୁମେ ସବୁଦିନ ପାଇଁ ଜଳିପୋଡି ଯିବ । ଆଲ୍ଲାଙ୍କ ଅନୁମତିରେ ଏହି ଧୂଆଁ ଆକାଶରେ ବ୍ୟାପିଯିବ । ଫଳରେ ସବୁ ଅନ୍ତ ହୋଇଯିବ । ତୁମେ କ’ଣ ଭାବୁଛ ତୁମେ ଯାହାସବୁ କୁକର୍ମ କରିଛ ତାହାର କୌଣସି ଉତ୍ତର ନାହିଁ ।’

ପ୍ରାଥମିକ ଅନୁସନ୍ଧାନ ପରେ ଦିଲ୍ଲୀ ପୋଲିସ କହିଛି, ଏହା ଜଣାପଡୁଛି କି ଗତକାଲି ଠାରୁ ବହୁ ସ୍ଥାନକୁ ଏହି ମେଲ୍ ପଠାଯାଇଛି ଓ ସବୁ ମେଲ୍ ଗୋଟିଏ ପ୍ରକାର ରହିଛି । ଏହି ମେଲ୍ରେ କୌଣସି ତାରିଖ ଉଲ୍ଲେଖ ହୋଇନାହିଁ । ଏହାର ଅର୍ଥ ଗୋଟିଏ ହିଁ ମେଲ୍ ସବୁ ସ୍ଥାନକୁ ପଠାଯାଇଛି ।

 

Get real time updates directly on you device, subscribe now.