fbpx
BSKY
BJD MC SKY
BJD MS SKY

ମହିଳାମାନେ ନିଜର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ବ୍ୟବହାର କରନ୍ତୁ ସାଗୁଦାନା

ମହିଳାମାନେ ନିଜର ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ସର୍ବଦା ଚିନ୍ତିିତ। ଏ ନେଇ ସେମାନେ ରାସାୟନିକ ଦ୍ରବ୍ୟର ବ୍ୟବହାର କରିବା ସହିତ ବିଭିନ୍ନ ଫେସ୍‌ ପ୍ୟାକ୍‌ ମଧ୍ୟ ଲଗାଇଥାନ୍ତି। ମାତ୍ର ବିଭିନ୍ନ ରାସାୟନିକ ପଦାର୍ଥ ବ୍ୟବହାର କରିବା ଫଳରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇଥାଏ। ଘରୋଇ ଉପାୟରେ ଆପଣଙ୍କ ତ୍ୱଚା ଉଜ୍ଜ୍ୱଳ ହେବା ସହ ସେପରି କୌଣସି ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଇ ନ ଥାଏ। ଉଜ୍ଜ୍ୱଳ ତ୍ୱଚା ଲାଗି ଚିନ୍ତିତ ଥିଲେ ଘରୋଇ ଉପାୟରେ ଆପଣ ଏହାର ସମାଧାନ କରିପାରିବେ। ସାଗୁଦାନାରେ ଫେସ୍‌ପ୍ୟାକ୍‌ ପ୍ରସ୍ତୁତି କରି ତ୍ୱଚାରେ ଲଗାଇ ପାରିବେ।

ସାଗୁଦାନା ପେଷ୍ଟରେ କିଛି ହଳଦୀ ପାଉଡର ମିଶାଇ ଏହାକୁ କାଖତଳେ ଲଗାଇ କିଛି ସମୟ ଧୋଇ ଦେବା ଫଳରେ କଳାଦାଗ ସମସ୍ୟା ଦୂର ହୋଇଥାଏ।

ମୁଖ ବ୍ରଣ ସମସ୍ୟା ଥିଲେ ସାଗୁଦାନାରେ ପାଣି ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରି ଲଗାନ୍ତୁ । ସପ୍ତାହରେ ଏପରି ଅନେକଥର କରିବା ଫଳରେ ଏହି ସମସ୍ୟା ଦୂର ହୋଇଯାଇଥାଏ।

ତେଲିଆ ତ୍ୱଚା ହୋଇଥିଲେ ସାଗୁଦାନାରେ ପେଷ୍ଟ ପ୍ରସ୍ତୁତ କରି ସେଥିରେ କିଛି ଲେମ୍ବୁରସ ମିଶାଇ ଲଗାନ୍ତୁ। ତେଲିଆପଣ ଦୂର ହେବ।

ତ୍ୱଚା ଯଦି ଶୁଷ୍କ ହୋଇଥାଏ, ତେବେ ଏହି ପେଷ୍ଟରେ କିଛି କ୍ରିମ୍‌ ବ୍ୟବହାର କରି ଲଗାନ୍ତୁ। ଦେଖିବେ ଏହି ସମସ୍ୟା ଦୂର ହୋଇଯିବ।

Get real time updates directly on you device, subscribe now.