ଗିଲ୍‌ଙ୍କୁ ଶକ୍ତ ଝଟକା! ସୁନ୍ଦରୀ ସାରା ଏହି ହ୍ୟାଣ୍ଡସମ୍ ହଂକଙ୍କ ସହ ପ୍ରେମରେ ଉବୁଟୁବୁ ହୋଇ ହେଉଛନ୍ତି ତା-ରା-ରା…

ସାରାଙ୍କ ଫଟୋ ପଛରେ କ’ଣ ରହିଛି ସତ...

ମୁମ୍ବାଇ: ଏବେ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ବେଶ ଚର୍ଚ୍ଚାରେ ଅଛନ୍ତି। ନିକଟରେ ତାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ପୁରୁଷ ବନ୍ଧୁ ସହ ଅତି ନିକଟରେ ଥିଲେ ସାରା। ଖାଲି ଏତିକି ନୁହେଁ ମଜା ମସ୍ତିରେ ଆଉ କିଛି ଫଟୋ ମଧ୍ୟ ସେ ପୁରୁଷ ବନ୍ଧୁକୁ ଚୁମ୍ବନ ଦେଉଥିବା ମଧ୍ୟ ଦେଖିବାକୁ ମିଳିଛି।

ସାରାଙ୍କ ଏହି ଫଟୋ ଭାଙ୍ଗିଦେଇଛି ଗିଲ୍‌ଙ୍କ ହୃଦୟ। ଗିଲଙ୍କ ପ୍ରେମରେ ଲାଗିଛି ଶକ୍ତ ଝଟକା। ଆଉ ବିରହ ବେଦନାରେ ଗିଲ୍ ହେଉଛନ୍ତି ଝଟପଟ।

ସୋସିଆଲ ମିଡିଆରେ ସାରା ତା-ରା-ରା ଫଟୋ ଗିଲଙ୍କ ହୃଦୟକୁ ଚରୁମାର କରିଦେଇଛି। ସାରାଙ୍କୁ ନେଇ ଜୀବନକୁ ଆଗକୁ ବଢ଼ାଇବାକୁ ଭାବିଥିବା ଗିଲ୍ ଏବେ ସପୂର୍ଣ୍ଣଭାବେ ଭାଙ୍ଗିପଡ଼ିଛନ୍ତି।

ସାରା- ଗିଲ୍‌ଙ୍କ ସମ୍ପର୍କକୁ ନେଇ ବେଶ ଚର୍ଚ୍ଚା ଜୋର ଧରିଥିଲା। କ୍ରିକେଟ ପଡ଼ିଆରୁ ଆରମ୍ଭ କରି ଲାଇମ୍ ଲାଇଟ୍ ପର୍ଯ୍ୟନ୍ତ ସମ୍ପର୍କକୁ ନେଇ ଗୁଜବ ଉଠିଥିଲା। ଗୋଟେ ଝଟକାରେ ଗୁଜବ ସବୁ ପାଣିରେ ମିଶିଗଲା। ଗିଲ୍‌ଙ୍କ ସହ ସାରାଙ୍କ ଭାଙ୍ଗିଗଲା ସମ୍ପର୍କ। ପ୍ରଶଂସକଙ୍କ ମଧ୍ୟ ଏହି ଫଟୋ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଗିଲ୍‌ଙ୍କୁ ଛାଡ଼ି କାହା ପଛରେ ସାରା ହେଉଛନ୍ତି ତା-ରା-ରା ବୋଲି ମଧ୍ୟ ସୋସିଆଲ ମିଡିଆରେ ପ୍ରଶ୍ନ କରିଛନ୍ତି।ସାରା ଏବଂ ତାଙ୍କ ପୁରୁଷ ବନ୍ଧୁଙ୍କ ଏହି ଫଟୋ ଗୋଆର ହୋଇଥିବା ଚର୍ଚ୍ଚା ହେଉଛନ୍ତି। ଗୋଆରେ ବୁଲିବାକୁ ଯାଇଥିବା ବେଳେ ଏହି ଫଟୋ ସାରା ନେଇଥିବା ଚର୍ଚ୍ଚା ହେଉଛି।

କିଏ ସାରା ସହିତ ଥିବା ଯୁବକ

ସାରାଙ୍କ ସହିତ ଥିବା ଯୁବକ କିଏ। ଯୁବକଙ୍କ ନାଁ ସିଦ୍ଧାର୍ଥ କେରକର। ସେ ଜଣେ ବିଜନେସମ୍ୟାନ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି।

ସେହିଭଳି ତାଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲରୁ ଜଣାପଡ଼ୁଛି ସେ ଜଣେ ଅଭିନେତା। ସିଦ୍ଧାର୍ଥ କେରକରଙ୍କ ପ୍ରୋପାଇଲକୁ ନେଇ ଯେତିକି କନଫ୍ୟୁଜନ ରହିଛି ସେତିକି କନଫ୍ୟୁଜନ ସାରାଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ମଧ୍ୟ ହେଉଛି।

ସାରା- ସିଦ୍ଧାର୍ଥଙ୍କ ସମ୍ପର୍କର ସତ

ସୋସିଆଲ ମିଡିଆରେ ସିଦ୍ଧାର୍ଥ କେରକରଙ୍କୁ ସାରାଙ୍କ ବୟଫ୍ରେଣ୍ଡ ବୋଲି କୁହାଯାଉଛିୀ। ଭାଇରାଲ ହେଉଥିବା ଫଟୋରେ ଦୁହିଁଙ୍କ ହାବଭାବ ସେପରି ହିଁ ଜଣାପଡ଼ୁଛି। ହେଲେ ସମ୍ପର୍କ ନେଇ କୌଣସି ସ୍ପଷ୍ଟତା ନାହିଁ। ଭାଇରାଲ ହେଉଥିବା ଫଟୋକୁ ନେଇ ଚାଲିଛି ଏଭଳି ଚର୍ଚ୍ଚା।

ଏହା ପୂର୍ବରୁ ସାରାଙ୍କ ନାମ ଶୁଭମନ ଗିଲଙ୍କ ସହିତ ଯୋଡ଼ା ଯାଇଥିଲା। ଦୁହିଁଙ୍କ ଅନେକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ହେଲେ ପରେ ଏସବୁ କେବଳ ଗୁଜବ ଥିବା କୁହାଯାଇଥିଲା।

ହେଲେ ସାରା- ସିଦ୍ଧାର୍ଥଙ୍କ ଏଭଳି ଫଟୋ ଦେଖିବା ପରେ ଏହି ସମ୍ପର୍କକୁ ଅଣଦେଖା ବି କରାଯାଇପାରିବ ନାହିଁ।