fbpx

ବିବାହ ପୂର୍ବରୁ କୀଟନାଶକ ପିଇଦେଲା କନ୍ୟା

ସଂଧ୍ୟାରେ ଯାଇଥାନ୍ତା ଶାଶୁଘର, ସକାଳେ ଉଠିଲା ଶବ

ଭଞ୍ଜନଗର (ଓଡିଶା ଭାସ୍କର): ମାଙ୍ଗଳିକ କାର୍ଯ୍ୟକୁ ନେଇ କନ୍ୟାଘର ବନ୍ଧୁ ବାନ୍ଧବଙ୍କ ଉପସ୍ଥିତିରେ ଖୁସିର ବାତାବରଣ ଲାଗି ରହିଥିଲା । ବୁଧବାର ସଂଧ୍ୟାରେ ହୋଇଥାନ୍ତା ବାହାଘର, ସମସ୍ତ ପ୍ରକାରର ପୂର୍ବ ପ୍ରସ୍ତୁତି ମଧ୍ୟ ସରିଥିଲା । ଏଭଳି ସମୟରେ ଝିଅର ଆତ୍ମହତ୍ୟା ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି । ଭଞ୍ଜନଗର ଥାନା ଅନ୍ତର୍ଗତ ତୁରୁମୁ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗ୍ରାମର ବଡଦାଣ୍ଡ ସାହିର ମଙ୍ଗୁଳୁ ନାୟକଙ୍କ ଝିଅ ସନ୍ତୋସିନୀ (୨୦)ର ବିବାହ
ନିକଟସ୍ଥ ତାରସିଙ୍ଗି ଥାନା ଅନ୍ତର୍ଗତ ଏକ ଗାଁ ରେ ହୋଇଥାନ୍ତା । ଅପରାହ୍ନରେ ଝିଅ ବିଦାୟ ହୋଇଥାନ୍ତା । ଏଥି ନିମନ୍ତେ ଉଭୟ ପରିବାର ପକ୍ଷରୁ ସମସ୍ତ ପ୍ରସ୍ତୁତି
ଶେଷ ହୋଇଥିଲା ।

ଗତକାଲି ରାତିରେ ମଙ୍ଗୁଳୁ କୋଭିଡ଼ କଟକଣାକୁ ପାଳନ କରି ଗ୍ରାମରେ ଭୋଜିର ଆୟୋଜନ କରିଥିଲେ । ପରିବାର ଲୋକେ ମଧ୍ୟ ଖାଇପିଇ ଶୋଇଥିଲେ । ହେଲେ ବୁଧବାର ସକାଳୁ ସନ୍ତୋସିନୀ ନିତ୍ୟକର୍ମ ସାରି ହଠାତ୍ ଅସୁସ୍ଥ ହୋଇ ପଡିଥିଲା । ଘର ଲୋକେ ବାରମ୍ବାର ପଚାରିବାରୁ ସେ କୀଟ ନାଶକ ଔଷଧ ଖାଇ ଦେଇଥିବା କହିବା ପରେ ତାକୁ ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଭଞ୍ଜନଗର ମେଡ଼ିକାଲ ପୋଲିସ ଖବର ପାଇ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ କରିବା ସହ ଭଞ୍ଜନଗର ଥାନା କେଶ୍ ନମ୍ବର ୧୨/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଥାନାଧିକାରୀ ସୁଦିପ୍ତ କୁମାର ସାହୁ କହିଛନ୍ତି ।

Get real time updates directly on you device, subscribe now.