fbpx

(Video) ଏ କେମିତିକା ବାହାଘର ! ସମସ୍ତଙ୍କ ଆଗରେ କନିଆକୁ ସିନ୍ଦୁର ପିନ୍ଧାଉଛି ପ୍ରେମିକ, ଆବା-କାବା ହୋଇ ଚାହିଁ ବସିଛି ବର

AAKASH

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବର-କନ୍ୟା ସହ ଜଡ଼ିତ ଅନେକ ଭିଡିଓ ପ୍ରତିଦିନ ଭାଇରାଲ ହେବାରେ ଲାଗିଛି । ବିବାହ ଋତୁ ଶେଷ ହେଉ ହେଉ ଅନେକ ଭିଡିଓ ଅନଲାଇନରେ ସାମ୍ନାକୁ ଆସିଛି । କିଛି ଭିଡିଓକୁ ଦେଖିଲେ ଲୋକମାନେ ହସି ହସି ଗଡିଯାଉଥିବା ବେଳେ ଆଉ କିଛି ଭିଡିଓକୁ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି । ଏପରି ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହାକୁ ଦେଖି ସମସ୍ତଙ୍କର ହୋସ୍ ଉଡିଯିବ ।

ବିବାହ ଉତ୍ସବରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଅନଲାଇନରେ ସାମ୍ନାକୁ ଆସିଛି, ଯେଉଁଥିରେ ନିଜ ପ୍ରେମିକାର ବାହାଘରରେ ପହଞ୍ଚିଥିବା ପ୍ରେମିକ କିଛି ଏପରି କାମ କରିଛି ଯାହାକୁ ଦେଖି ସେଠାରେ ଉପସ୍ଥିତ ଥିବା ଲୋକଙ୍କର ହୋସ୍ ଉଡିଯାଇଛି । ଜଣେ ପାଗଳ ପ୍ରେମୀ ନିଜ ପ୍ରେମିକାକୁ ଦେଖା କରିବାକୁ ଷ୍ଟେଜ୍ ପାଖକୁ ଯାଇଥିଲା ଓ ନିଜ ହାତରେ ସିନ୍ଦୂର ଲୁଚାଇ ରଖିଥିଲା । ସୁଯୋଗ ମିଳିବା ମାତ୍ରେ ପ୍ରେମିକାର ମଥାରେ ସିନ୍ଦୂର ପିନ୍ଧାଇଦେଇଥିଲା ପ୍ରେମିକ । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି କି, ଏସବୁ ଘଟଣା ବର ସାମ୍ନାରେ ହୋଇଥିଲା । ଘଟଣା ଘଟିଥିବା ସମୟରେ ବରଟି ଆବା-କାବା ହୋଇ ଚାହିଁ ବସିଥିଲା ।

ଭିଡିଓରେ ଦେଖିବାକୁ ମିଳିଛି କି, ବର ସହିତ ଷ୍ଟେଜରେ ବସିଥିବା କନ୍ୟା ମଥାରେ ଅଚାନକ୍ ଜଣେ ଯୁବକ ଆସଚୁ ସିନ୍ଦୂର ପିନ୍ଧାଉଛି । ତେବେ ଷ୍ଟେଜରେ ପ୍ରେମିକ ନିଜ କାମକୁ ଏତେ ଶୀଘ୍ର କରୁଛି କି, କେହି କିଛି ଭାବିବା ପୂର୍ବରୁ ସବୁକିଛି ସରିଯାଉଛି । ବର-କନ୍ୟା ଓ ପ୍ରେମିକର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 

View this post on Instagram

 

A post shared by Gidda company (@gieddee)

Get real time updates directly on you device, subscribe now.