fbpx

ବେଦୀରେ ୬ ଘେରା ବୁଲିବା ପରେ ବିବାହ ଭାଙ୍ଗିଲା କନ୍ୟା, କାରଣ ପଚାରିବାରୁ କହିଲା ଏପରି

ଭୁବନେଶ୍ୱର: ବର୍ତ୍ତମାନ ଭାରତରେ ବିବାହ ଋତୁ ଚାଲିଛି । ଆଉ ଏଥିମଧ୍ୟରେ ବିଭିନ୍ନ ପ୍ରକାରର ଅଜବ ଗଜବ କାରଣ ଯୋଗୁଁ ବିବାହ ଭାଙ୍ଗିଯାଉଥିବା ଦେଖିବାକୁ ମିଳୁଛି । ତେବେ ସେହି ଭଳି ଏକ ଅଜବ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ମହୋବା ଜିଲ୍ଲାରେ । ଏଠାରେ କନ୍ୟା ପବିତ୍ର ଅଗ୍ନିକୁ ସାକ୍ଷୀ ରଖି ବିବାହ ବେଦୀରେ ୬ ଘେରା ବୁଲିବା ପରେ ବିବାହ ଭାଙ୍ଗି ଦେଇଛି । ଏହାର କାରଣ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ ।

ସୂଚନା ମୁତାବକ, ମହୋବା ଜିଲ୍ଲାରେ କୁଳପାହାଡ ଅନ୍ତର୍ଗତ ଏକ ଗାଁରେ ଅଗ୍ନିକୁ ସାକ୍ଷୀ ରଖି ବିବାହ ଦେବୀରେ ୬ ଘେରା ବୁଲିବାପରେ କନ୍ୟା ନିଜଆଡୁ ବିବାହକୁ ଭାଙ୍ଗି ଦେଲା । ଏହି ସମୟରେ ସାଙ୍ଗ ମାନେ ଏବଂ ପରିଜନ ଅନେକ ବୁଝାଇବା ପରେ ବି କନ୍ୟା ମାନିବାକୁ ନାରାଜ ଥିଲା । ତେବେ ବିବାହ ଭାଙ୍ଗିବାର କାରଣ ପଚାରିବାକୁ ସେ କହିଥିଲା ଯେ, ବର ତାକୁ ପସନ୍ଦ ଆସିନଥିଲା । ବର୍ତ୍ତମାନ ଏହା ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଯାଇଛି । ଏହି ମାମଲା ଏତେ ଗମ୍ଭୀର ହୋଇଗଲା ଯେ, ଗାଁର ପଞ୍ଚାୟତକୁ ଏଥିରେ ହସ୍ତକ୍ଷେପ କରିବାକୁ ପଡିଥିଲା ।

ତେବେ ଏନେଇ ବରର ବାପା କହିଛନ୍ତି ଯେ, ଯଦି ବିବାହରେ ରାଜି ନଥିଲେ ତେବେ କାହିଁକି ବରଡମାଳ ପିନ୍ଧାଇବା ପର୍ଯ୍ୟନ୍ତ ସବୁକିଛି ବିଧି ପୂରଣ କରୁଥିଲେ ? ତେବେ ଏହି ବିବାହରେ ପ୍ରଥମରୁ କନ୍ୟା ସବୁକିଛି ବିଧି ବିଧାନକୁ ପାଳନ କରିଥିଲା । କିନ୍ତୁ ବେଦୀରେ ସାତ ଘେରା ବୁଲିବା ସମୟରେ ହିଁ ବିବାହ କରିବାକୁ ମନା କରିଦେଇଥିଲା ।

Get real time updates directly on you device, subscribe now.