fbpx
BJD SKY
BJD SKY

ଗ୍ରାମ ମୁଖିଆ ଭାବେ ନିର୍ବାଚିତ ହେବା ପରେ ହେଲିକପ୍ଟରରେ ଶାଶୂଘରେ ପହଞ୍ଚିଲେ କନ୍ୟା

BJD

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବରେଲିରୁ ଏକ ଅଜବ ଘଟଣା ସାମନାକୁ ଆସିଛି । ଜଣେ କନ୍ୟା ଗ୍ରାମର ମୁଖିଆ ଭାବେ ନିର୍ବାଚିତ ହେବା ପରେ ନିଜ ଶାଶୂଘରକୁ ହେଲିକପ୍ଟରରେ ଯାତ୍ରା କରିବା ଖବରଟି ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ବିଜୟ ପରେ କନ୍ୟାଙ୍କ ଏହି ହେଲିକପ୍ଟର ଶୋଭାଯାତ୍ରାକୁ ସ୍ଥାନୀୟ ଜନସାଧାରଣ ସ୍ୱାଗତ କରିଥିବା ଜଣାପଡ଼ିଛି । ଗତବର୍ଷ କନ୍ୟା ଜଣଙ୍କ କୋର୍ଟ ମ୍ୟାରେଜ୍ କରିଥିଲେ ।

ଜଣାପଡ଼ିଛି ଯେ, ସୁନିତା ବର୍ମା ନାମକ ଜଣେ କନ୍ୟା ବାଦାଉନ ଭେଦ୍ରମା ଲୋଧି ସହରର ବିଜେପି ସିଟି ଉପସଭାପତିଙ୍କ କନ୍ୟା ଅଟନ୍ତି । ତେବେ ସୁନିତା ପୂର୍ବରୁ ବିବାହ କରିଥିଲେ ମଧ୍ୟ ତିନି ଦିନ ତଳେ ହିନ୍ଦୁ ରୀତିନୀତି ଅନୁଯାୟୀ ଓମେନ୍ଦ୍ର ସିଂହଙ୍କୁ ପୁଣି ବିବାହ କରିଛନ୍ତି । ସୁନିତା ଗ୍ରାମ ମୁଖିଆ ଭାବେ ବରେଲି ଜିଲ୍ଲାର ଆଲମପୁର କୋଟରୁ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ଯାହାକି ତାଙ୍କର ଶାଶୂଘର ଗ୍ରାମ ଥିଲା । ତେବେ ନିର୍ବାଚନ ଲଢ଼ିବା ପାଇଁ ସୁନିତାଙ୍କୁ ଉକ୍ତ ଗ୍ରାମର ଜଣେ ଭୋଟର ହେବା ଜରୁରୀ ଥିଲା, ତେଣୁ ସେ ଗତ ଡିସେମ୍ବର ମାସରେ ଓମେନ୍ଦ୍ରଙ୍କୁ ବିବାହ କରିଥିଲେ । ସୁନିତା ନିର୍ବାଚନ ପ୍ରଚାରରେ ସକ୍ରିୟ ରହିନଥିବା ବେଳେ ତାଙ୍କ ସ୍ୱାମୀ ମଧ୍ୟ ତାଙ୍କ ପାଇଁ ପ୍ରଚାର କରିନଥିଲେ । ଏହାପରେ ମଧ୍ୟ ସେ ନିର୍ବାଚନରେ ବିଜୟ ଲାଭ କରିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ସୁନିତାଙ୍କ ଶ୍ୱଶୁର ଶ୍ରୀପାଲ ଲୋଧି ଜଣେ ପୂର୍ବତନ ବ୍ଲକ ମୁଖ୍ୟ ହୋଇଥିବା ବେଳେ ଶାଶୂ ଦୁଇଥର ଗ୍ରାମ ମୁଖିଆ ରହିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.