fbpx
BSKY SKY
BSKY SKY

(Video) ସମସ୍ତଙ୍କ ଆଗରେ ଚାପୁଡ଼ା ମରାମରି ହେଲେ ବର-କନ୍ୟା: ବାହାଘର ଷ୍ଟେଜ୍ ପାଲଟିଲା ଋଣକ୍ଷେତ୍ର

BSKY

ଏବେ ବାହାଘର ଋତୁ ଚାଲିଥିବା ବେଳେ କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେବାରେ ଲାଗିଛି । କିଛି ଭିଡିଓ ପ୍ରକୃତ ଘଟଣା ସହ ଜଡ଼ିତ ଥିବା ବେଳେ କିଛି ଭିଡିଓକୁ ଜାଣିଶୁଣି କ୍ରିଏଟ୍ କରାଯାଉଛି । ବେଳେବେଳେ ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ଦେଖିବାକୁ ମିଳୁଛି ତ ଆଉ କେବେ ରୋମାନ୍ସ । ଏହାରି ମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ବରଣମାଳା ପିନ୍ଧାଇବା ପରେ ମିଥା ଖୁଆକୁ ନେଇ ଷ୍ଟେଜ ଯୁଦ୍ଧଭୂମି ପାଲଟିଥିବା ଦେଖିବାକୁ ମିଳିଛି । ଷ୍ଟେଜ୍ ଉପରେ ବର-କନ୍ୟାଙ୍କ ଏଭଳି ହାଇ ଭୋଲ୍ଟେଜ୍ ଡ୍ରାମା ସମସ୍ତଙ୍କୁ ଚକିତ କରିଛି ।

ଭାଇରାଲ୍ ଭିଡିଓ ରେ ଦେଖିବାକୁ ମିଳିଛି, ଜୋରଜବରଦସ୍ତ କନ୍ୟାକୁ ବର ମିଠା ଖୁଆଉଛନ୍ତି । ହେଲେ କନ୍ୟାକୁ ଏସବୁ ଭଲ ନଲାଗିବାରୁ ଏହାର ସେ ପ୍ରତିବାଦ କରିଥିଲେ । ତଥାପି ବର ଜୋରଜବରଦସ୍ତ କନ୍ୟାକୁ ମିଠା ଖୁଆଇବା ପାଇଁ ପ୍ରୟାସ କରୁଛନ୍ତି । ଯାହା ସମସ୍ତଙ୍କୁ ଚକିତ କରିଥିଲା । ଶେଷରେ କନ୍ୟା ଏହାର ପ୍ରତିବାଦ କରି ବରକୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ । ଏହାପରେ ଆରମ୍ଭ ହୋଇଯାଇଥିଲା ହାଇ ଭୋଲଟେଜ୍ ଡ୍ରାମା ।

କନ୍ୟା ଚାପୁଡ଼ା ମାରିବା ପରେ ବର ମଧ୍ୟ ଛାଡ଼ି ନଥିଲା । ସେ ମଧ୍ୟ କନ୍ୟାକୁ ଚାପୁଡ଼ା ଉପରେ ଚାପୁଡ଼ା ମାରିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ଫାଇଟ୍ ଆରମ୍ଭ ହୋଇଯାଇଥିଲା । ତା’ବି ପୁଣି ଷ୍ଟେଜ୍ ଉପରେ ଓ ଅତିଥିଙ୍କ ସାମ୍ନାରେ । କେତେବେଳେ ବର, କନ୍ୟାକୁ ଠେଲି ଦେଉଥିଲା ତ ଆଉ କେତେବେଳେ କନ୍ୟା ବରକୁ ଠେଲି ଦେଉଥିଲା । ପରିସ୍ଥିତି ଏପରି ହୋଇଲା ଯେ, ଚୁଟି ଝିଙ୍କାଝିଙ୍କି ପର୍ଯ୍ୟନ୍ତ କଥା ଯାଇଥିଲା । ଏହି ସମୟରେ ସେଠାରେ ଉପସ୍ଥିତ ସମ୍ପର୍କୀୟ ଉଭୟ ବର ଓ କନ୍ୟାକୁ ଅଟକାଇବା ପାଇଁ ପ୍ରୟାସ କରିଥିଲେ ।

ଟ୍ୱିଟରରେ ‘ଏ@gharkekalesh’ ୟୁଜର ନାଁରେ ଏହି ଭିଡିଓଟି ସେୟାର ହୋଇଛି । ଭିଡିଓଟି ଅପଲୋଡ ପରେ ଭାଇରାଲ ହେବାରେ ଲାଗିଛି ଓ ଲୋକମାନେ ଏଥିରେ ବିଭିନ୍ନ କମେଣ୍ଟ ଦେଉଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.