fbpx
BSKY
BJD SHG SKY
BJD YOUTH SKY

ବ୍ରିଜ ତଳୁ ଉଦ୍ଧାର ହେଲା ଯୁବତୀଙ୍କ ମୃତଦେହ: ପୋଲିସର ତଦନ୍ତ ଜାରି

ଭଞ୍ଜନଗର: ବଡ଼ଗଡ଼ ଥାନା କଳାଖାଡ଼ି ଗାଁ ନିକଟରେ ଏକ ବ୍ରିଜ୍ ତଳୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବତୀ ଜଣକ କୃଷିମିତ୍ର ଭାବରେ ସ୍ଥାନୀୟ ଅଞ୍ଚଳରେ କାମ କରୁଥିବା ଜଣାପଡ଼ିଛି । ତେବେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନଥିବାବେଳେ ପୋଲିସ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଯୁବତୀ ଜଣକ ଘରକୁ ଫେରିବା ବିଳମ୍ବ ହେବାରୁ ଖୋଜାଖୋଜି କରିଥିଲେ ପରିବାର ଲୋକ । ଯାହାପରେ ତାଙ୍କୁ ବ୍ରିଜ୍ ତଳେ ମୃତ ମିଳିଥିଲା । ମୃତଦେହ ପାଖରେ ଯୁବତୀ ବ୍ୟବହାର କରୁଥିବା ସାଇକେଲ ମଧ୍ୟ ପଡ଼ିଛି । ତେବେ ଏହା ହତ୍ୟା ନା’ ଆତ୍ମହତ୍ୟା ସେନେଇ ତଦନ୍ତ କରୁଛି ପୋଲିସ ।

Get real time updates directly on you device, subscribe now.