fbpx

ଦୁନିଆରେ ପ୍ରଥମ ଥର ପାଇଁ ୭ ମିନିଟରେ ହେବ କ୍ୟାନ୍ସର ଚିକିତ୍ସା; ବିଶ୍ଵରେ ବ୍ରିଟେନ ହେବ ପ୍ରଥମ ଦେଶ

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ ବ୍ରିଟେନ ଏପରି ଏକ ଦେଶ ହେବାକୁ ଯାଉଛି, ଯେକି ନିଜ ଦେଶର କ୍ୟାନ୍ସର ରୋଗୀଙ୍କୁ ସାତ ମିନିଟ ମଧ୍ୟରେ ଚିକିତ୍ସା ପାଇଁ ମେଡ଼ିସିନ ଇଂଜେକ୍ଟ କରିବ। ବ୍ରିଟେନର ଜନସ୍ଵାସ୍ଥ୍ୟ ସେବା (NHS) ଦେଶରେ ଶହ ଶହ କର୍କଟ ରୋଗୀଙ୍କୁ ଗୋଟିଏ ଇଞ୍ଜେକ୍ସନ ଦେଇ ଚିକିତ୍ସା ସମୟକୁ ତିନି ଚତୁର୍ଥାଂଶ ହ୍ରାସ କରିବାରେ ବିଶ୍ଵରେ ପ୍ରଥମ ହେବାକୁ ଯାଉଛି।

ଇମ୍ୟୁନୋଥେରାପି ସହିତ ଚିକିତ୍ସିତ ହେଉଥିବା ଶହ ଶହ କର୍କଟ ରୋଗୀଙ୍କୁ ବର୍ତ୍ତମାନ ଚର୍ମ ତଳେ ଆଟେଜୋଲିଜୁମାବ ଇଞ୍ଜେକ୍ସନ ଦିଆଯିବାକୁ ପ୍ରସ୍ତୁତ କରାଯାଉଛି ବୋଲି ବ୍ରିଟିଶ ମେଡିସିନ୍ ଏବଂ ହେଲଥ କେୟାର ପ୍ରଡକ୍ଟ ରେଗୁଲେଟୋରୀ ଏଜେନ୍ସି (MHRA) ର ଅନୁମୋଦନ ପାଇବା ପରେ NHS ମଙ୍ଗଳବାର ଦିନ କହିଛି। ଏହା କର୍କଟ ଚିକିତ୍ସା ପାଇଁ ସମୟ ହ୍ରାସ କରିବ । ଏନେଇ NHS କହିଛି ଯେ ଆଟେଜୋଲିଜୁମାବ, ଯାହା ଟେକେଣ୍ଟ୍ରିକ୍ ଭାବରେ ମଧ୍ୟ ଜଣାଶୁଣା।

ସାଧାରଣତଃ ରୋଗୀମାନଙ୍କୁ ସିଧାସଳଖ ସେମାନଙ୍କ ଶିରାରେ ଡ୍ରପ୍ ମାଧ୍ୟମରେ ଦିଆଯାଏ । ଏହି ପ୍ରକ୍ରିୟା କିଛି ରୋଗୀଙ୍କ ପାଇଁ ପ୍ରାୟ ୩୦ ମିନିଟ୍ କିମ୍ବା ଏକ ଘଣ୍ଟା ପର୍ଯ୍ୟନ୍ତ ସମୟ ନେଇଥାଏ। ଅନେକ ରୋଗୀଙ୍କ କ୍ଷେତ୍ରରେ, ଏହି ସମୟ ମଧ୍ୟ ଅଧିକ ସମୟ ନେଇଥାଏ, ଯେତେବେଳେ ଔଷଧ ସେମାନଙ୍କ ଶିରାରେ ପହଞ୍ଚିବା କଷ୍ଟସାଧ୍ୟ ହୋଇଯାଏ।

କିନ୍ତୁ ନୂତନ ପଦ୍ଧତି ସହିତ, ବର୍ତ୍ତମାନ ଏହି ଔଷଧ ଶିରାରେ ଦେବା ପରିବର୍ତ୍ତେ ଚର୍ମ ତଳେ ଇଞ୍ଜେକ୍ସନ ଦିଆଯିବ । ଇଂଲଣ୍ଡ ଏହା କରିବାରେ ପ୍ରଥମ ଦେଶ ହେବ। ଟେକେଣ୍ଟ୍ରିକ୍ ହେଉଛି ଏକ ମୋନୋକ୍ଲୋନାଲ ଆଣ୍ଟିବଡି । ଯାହା କର୍କଟ ରୋଗୀଙ୍କ ଶରୀରରେ ରୋଗ ପ୍ରତିରୋଧକ କ୍ଷମତାକୁ ପ୍ରଭାବିତ କରିଥାଏ ।

ଆଟେଜୋଲିଜୁମାବ ହେଉଛି ଏକ ଇମ୍ୟୁନୋଥେରାପି ଔଷଧ । ଯାହା କର୍କଟ ରୋଗର କୋଷ ଖୋଜିବା ଏବଂ ନଷ୍ଟ କରିବା ପାଇଁ ରୋଗୀଙ୍କ ପ୍ରତିରକ୍ଷା ପ୍ରଣାଳୀକୁ ଶକ୍ତି ଦେଇଥାଏ। ବର୍ତ୍ତମାନ ଫୁସଫୁସ, ସ୍ତନ, ଯକୃତ ଏବଂ ବ୍ଲାଡର କର୍କଟ ସମେତ ବିଭିନ୍ନ ପ୍ରକାରର କର୍କଟ ରୋଗରେ ପୀଡିତ ରୋଗୀଙ୍କୁ ଏହି ଚିକିତ୍ସା ଦିଆଯାଉଛି।

Get real time updates directly on you device, subscribe now.