fbpx

ବାଂଲାଦେଶର ସ୍ଥିତିକୁ ନେଇ ବ୍ରିଟେନ ଦେଲା ବୟାନ; କହିଲା- ‘ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ପଦକ୍ଷେପ ନେବା ଆବଶ୍ୟକ’

ନୂଆଦିଲ୍ଲୀ: ବ୍ରିଟିଶ ପ୍ରଧାନମନ୍ତ୍ରୀ କିର୍ ଷ୍ଟାରମରଙ୍କ ମୁଖପାତ୍ର କହିଛନ୍ତି ଯେ ବାଂଲାଦେଶରେ ଗଣତନ୍ତ୍ରସୁରକ୍ଷିତ ରଖିବା ପାଇଁ ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ସରକାରୀ ମୁଖପାତ୍ର ଲଣ୍ଡନରେ ସାମ୍ବାଦିକମାନଙ୍କୁ କହିଛନ୍ତି, ଗତ କିଛି ଦିନ ମଧ୍ୟରେ ବାଂଲାଦେଶରେ ଘଟିଥିବା ହିଂସାକୁ ନେଇ ପ୍ରଧାନମନ୍ତ୍ରୀ ଗଭୀର ଦୁଃଖିତ ।

ମୁଁ ଆଶା କରୁଛି ଯେ ବାଂଲାଦେଶରେ ଗଣତନ୍ତ୍ର ସୁନିଶ୍ଚିତ କରିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ, ଯାହାଦ୍ୱାରା ବାଂଲାଦେଶବାସୀଙ୍କ ସୁରକ୍ଷା ଏବଂ ଦେଶରେ ଶାନ୍ତି ଫେରିବ । ବାଂଲାଦେଶରେ ଛାତ୍ର ଆନ୍ଦୋଳନ ଜୋର ଧରିବା ପରେ ଶେଖ୍ ହସିନାଙ୍କୁ ପ୍ରଧାନମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିଛି । ସେ ମଧ୍ୟ ବାଂଲାଦେଶ ଛାଡି ପଲାଇଛନ୍ତି । ବାଂଲାଦେଶ ସେନା ମୁଖ୍ୟ କହିଛନ୍ତି ଯେ ଦେଶରେ ଅନ୍ତରୀଣ ସରକାର ଗଠନ କରାଯିବ ।

Get real time updates directly on you device, subscribe now.