fbpx

ବ୍ରିଟିଶ ଇଣ୍ଡିଆନ ସିଙ୍ଗର ତାଜଙ୍କର ଦେହାନ୍ତ, ଆଉ ଦେଖିବାକୁ ମିଳିବନି ‘ନାଚେଙ୍ଗ ସାରି ରାତ୍’ର ଡ୍ୟାନ୍ସ ଜଲୱା

Advertisement

ନୂଆଦିଲ୍ଲୀ: ମନୋରଞ୍ଜନ ଜଗତରୁ ଏକ ଦୁଃଖଦ ଖବର ଆସିଛି । ଲୋକପ୍ରିୟ ବ୍ରିଟିଶ ଇଣ୍ଡିଆନ ସିଙ୍ଗର ତରସେମ ସିଂହ ସୈନୀଙ୍କର ଦେହାନ୍ତ ହୋଇଯାଇଛି । ତାଙ୍କୁ ଲୋକମାନେ ଷ୍ଟେରିଓ ନେସନ ଭାବେ ଜାଣିଥିଲେ । ସେ ଗତ ଦୁଇବର୍ଷ ଧରି ହାର୍ଣ୍ଣିଆ ରୋଗରେ ପୀଡ଼ିତ ହୋଇ କୋମାରେ ରହିଥିଲେ । କୋମାକୁ ଯିବା ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ଭାବେ ବିଗିଡ଼ି ଯାଇଥିଲା । ତାଙ୍କୁ ମୃତ୍ୟୁ ବେଳକୁ ୫୪ ବର୍ଷ ବୟସ ହୋଇଥିଲା ।

ଏହି ଲୋକପ୍ରିୟ ବ୍ରିଟିଶ ଇଣ୍ଡିଆନ ଗାୟକ ଦର୍ଶକଙ୍କ ମହଲରେ ତାଜ ନାମରେ ବିଖ୍ୟାତ ଥିଲେ । ସେ ୧୯୮୦ ମସିହାରୁ ନିଜର ସିଙ୍ଗିଙ୍ଗ କ୍ୟାରିୟରର ଶୁଭାରମ୍ଭ କରିଥିଲେ । ସେ ସମୟରେ ସେ ନାଚେଙ୍ଗେ ସାରୀ ରାତ, ଗଲ୍ଲାନ ଗୋରିଅାଁ ଔର ପ୍ୟାର ହୋ ଗୟା ଗୀତ ଗାଇ ପ୍ରସିଦ୍ଧି ଲାଭ କରିଥିଲେ । ସଙ୍ଗୀତ ଜୀବନ ଆରମ୍ଭରୁ ତାଙ୍କୁ ଫ୍ୟାନ୍ସ ଅଧିକ ପସନ୍ଦ କରିଥିଲେ ଓ ଧୀରେଧୀରେ ସଫଳତାର ସିଡ଼ି ଚଢ଼ିବାରେ ଲାଗିଥିଲେ ।

ତାଜ ବଲିଉଡର ଅନେକ ବଡ଼ ବଡ଼ ଫିଲ୍ମରେ ନିଜର କଣ୍ଠଦାନ କରିସାରିଛନ୍ତି । କୋଇ ମିଲ ଗୟା, ତୁମ ବିନା, ଗଲ୍ଲାନ ଗୋରିଅାଁ, ବାଟଲା ହାଉସ ଆଦି ଫିଲ୍ମରେ କାମ କରି ସାରିଛନ୍ତି । ପପୁଲାର ସିଙ୍ଗର ଧ୍ୱନି ଭାନୁଶାଲୀଙ୍କ ସହ ତାଜ ମଧ୍ୟ କାମ କରିଥିଲେ । ତାଙ୍କର ମୃତ୍ୟୁରେ ସଙ୍ଗୀତ ଜଗତରେ ଏକ ଅପୂରଣୀୟ ସ୍ଥାନ ସୃଷ୍ଟି ହୋଇଛି । ଇଣ୍ଡିଆନ ମ୍ୟୁଜିକକୁ ଅନ୍ତର୍ଜାତୀୟ ସ୍ତରରେ ବିଖ୍ୟାତ କରିବାରେ ତାଜଙ୍କର ଅବଦାନ ସର୍ବଦା ମନେରହିବେ ।

Get real time updates directly on you device, subscribe now.