fbpx

ଇଂଲଣ୍ଡ ପ୍ରଧାନମନ୍ତ୍ରୀ ବୋରିସ୍ କରୋନା ପଜିଟିଭ୍

ଲଣ୍ଡନ,୨୭ ।୩: ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ମଧ୍ୟ ଏଥିରେ ସଂକ୍ରମିତ ହୋଇଛନ୍ତି । ତାଙ୍କର ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ନିଜକୁ ଆଇସୋଲେସନରେ ରଖିଛନ୍ତି ।

ଜନସନ୍ କହିଛନ୍ତି ଯେ, ଗତ ୨୪ ଘଣ୍ଟା ମଧ୍ୟରେ ମୁଁ କରୋନାର ସାମାନ୍ୟ ଲକ୍ଷଣ ଅନୁଭବ କରିଥିବା ବେଳେ ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଛି । ସେନେଇ ମୁଁ ନିଜକୁ ଆଇସୋଲେସନରେ ରଖିଛି ।’ କିନ୍ତୁ ଭାଇରସ ସହ ଲଢେଇ କରିବା ସହ ମୁଁ ଭିଡିଓ କନଫରେନ୍ସି ଜରିଆରେ ସରକାରଙ୍କ କାମକୁ ଆଗେଇ ନେବି ବୋଲି ଜନସନ୍ କହିଛନ୍ତି ।  ପୂର୍ବରୁ ଇଂଲଣ୍ଡର ପ୍ରିନ୍ସ ଚାର୍ଲସ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

Get real time updates directly on you device, subscribe now.