fbpx

କରୋନାର କରୁଣ ପ୍ରଭାବ: ୧ ବର୍ଷ ମଧ୍ୟରେ ଆତ୍ମହତ୍ୟା କରିଛନ୍ତି ୧୧,୭୧୬ ଜଣ ବ୍ୟବସାୟୀ

ନୂଆଦିଲ୍ଲୀ: କରୋନା ଭାଇରସ୍ ସ୍ୱାସ୍ଥ୍ୟ ସହିତ ଅର୍ଥବ୍ୟବସ୍ଥା ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଛି । ଏହି କାରଣରୁ ୨୦୧୯ ବର୍ଷ ତୁଳନାରେ ୨୦୨୦ ରେ ଅଧିକ ଲୋକ ଆତ୍ମହତ୍ୟା କରିଛନ୍ତି । ଏହାକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରୁ ଆତ୍ମହତ୍ୟା ସଂଖ୍ୟାର ଖୁଲାସା ହୋଇଛି । କେନ୍ଦ୍ର ସରକାର ମଙ୍ଗଳବାର ଦିନ ସଂସଦରେ କହିଛନ୍ତି ଯେ, ୨୦୨୦ ରେ ୧୧ହଜାର ୭୧୬ ଜଣ ବ୍ୟବସାୟୀ ଆତ୍ମହତ୍ୟା କରିଛନ୍ତି । ଏହି ଆକଳନ ୨୦୧୯ ତୁଳନାରେ ୨୯ ପ୍ରତିଶତ ଅଧିକ ।

ଏହି ରିପୋର୍ଟ ସଫା ସଫା ଦର୍ଶାଉଛି ଯେ, କରୋନା କାଳରେ ଆର୍ଥିକ ସଙ୍କଟ ଓ ବ୍ୟବସାୟରେ କ୍ଷତି ସହି ଅନେକ ଲୋକ ଆତ୍ମହତ୍ୟା କରିଛନ୍ତି । ଅନ୍ୟପଟେ କୃଷି କ୍ଷେତ୍ରରେ ମଧ୍ୟ ଅନେକ କ୍ଷିତ ହୋଇଛି । ଗୃହମନ୍ତ୍ରାଳୟର ଏନସିଆରବି ରିପୋର୍ଟରେ ଭାରତରେ ଦୁର୍ଘଟଣା ଓ ଆତ୍ମହତ୍ୟା ସମ୍ପର୍କିତ ରିପୋର୍ଟରେ କୁହାଯାଇଛି ଯେ, ୨୦୧୯ ଆର୍ଥିକ ବର୍ଷରେ ୯ହଜାର ୫୨ ଜଣ ଆତ୍ମହତ୍ୟା କରିଥିବା ବେଳେ ୨୦୨୦ ରେ ଏହି ସଂଖ୍ୟା ବୃଦ୍ଧି ପାଇଛି । ଗତ ବର୍ଷ ୧୧ହଜାର ୭୧୬ ଜଣ ବ୍ୟବସାୟୀ ଆତ୍ମହତ୍ୟା କରିଛନ୍ତି ।

ବ୍ୟବସାୟୀଙ୍କ ଆତ୍ମହତ୍ୟା ହାର ୨୦୨୦ରେ ୨୯.୪% ବୃଦ୍ଧି ପାଇଥିବାବେଳେ କୃଷି କ୍ଷେତ୍ର ସହ ଜଡିତ ଲୋକଙ୍କ ଆତ୍ମହତ୍ୟା ହାର ୩.୯% ବୃଦ୍ଧି ପାଇଛି। ତଥାପି, ବିଶେଷଜ୍ଞମାନେ ଏହି ତଥ୍ୟକୁ ସଠିକ୍ ବୋଲି ବିବେଚନା କରିନାହାନ୍ତି । କାରଣ କୃଷି କ୍ଷେତ୍ର ସହିତ ଜଡିତ ମହିଳାଙ୍କ ଆତ୍ମହତ୍ୟାକୁ ଗୃହିଣୀ ଭାବରେ ଦେଖାଯାଏ । ଏନସିଆରବି ତଥ୍ୟ ଅନୁଯାୟୀ, ୨୦୨୦ ରେ ବ୍ୟବସାୟିକ ଆତ୍ମହତ୍ୟା ମଧ୍ୟରୁ ୪,୨୨୬ ଭେଣ୍ଡର୍, ୪,୩୫୬ ବ୍ୟବସାୟୀ ଏବଂ ଅନ୍ୟ ବ୍ୟବସାୟିକ କାର୍ୟ୍ୟରେ ନିୟୋଜିତ ୩,୧୩୪ ଜଣ ଆତ୍ମହତ୍ୟା କରିଛନ୍ତି।

 

Get real time updates directly on you device, subscribe now.