fbpx

ମାତ୍ର ୧ ଟଙ୍କାର ‘କର୍ପୂର’ କରିବ ସବୁ ସମସ୍ୟାର ସମାଧାନ, ଜାଣନ୍ତୁ କିପରି?

ପୂଜାପାଠ ସମୟରେ ଲୋକମାନେ ନିଜ ଘରେ ଧୂପକାଠି, ଧୂପ, ଦୀପ ଓ କର୍ପୂର ଜଳାନ୍ତି । ଏହାକୁ ଶୁଭ କାମରେ ମଧ୍ୟ ଜଳାଯାଏ । କୁହାଯାଏ ଏଥିରେ ଏହା ପରିବେଶକୁ ଶୁଦ୍ଧ ହୋଇଥାଏ । ବାସ୍ତୁ ଅନୁସାରେ, କର୍ପୂର ଜଳାଇବା ଦ୍ୱାରା ଘରେ ସକାରାତ୍ମକ ଶକ୍ତିର ସଞ୍ଚାର ହେବା ସହିତ ସୁଖ, ସମୃଦ୍ଧତା, ଶାନ୍ତି ରହିଥାଏ ।

ଆସନ୍ତୁ ଜାଣିବା ଏହା ବିଷୟରେ …

ବାସ୍ତୁ ଦୋଷ ଦୂର ହୁଏ
ଘରର ବାସ୍ତୁଦୋଷ ହଟାଇବା ପାଇଁ ସମସ୍ତ ରୁମର କୋଣରେ ୧-୧ କର୍ପୂର ରଖନ୍ତୁ । ଏଥିରେ ବାସ୍ତୁଦୋଷ ଦୂର ହେବା ସହିତ ଘରେ ସକରାତ୍ମକ ଶକ୍ତିର ସଞ୍ଚାର ହେବ । ଯଦି କର୍ପୂର ତରଳି ଶେଷ ହୋଇଯାଏ, ତେବେ ଜାଣନ୍ତୁ ଯେ ବାସ୍ତୁ ଦୋଷ ଦୂର ହୋଇଗଲା । ଆପଣ ଚାହିଁଲେ ପୁନର୍ବାର ପରିବର୍ତ୍ତନ କରି କର୍ପୂର ରଖିପାରିବେ ।

ଅବସାଦ ଦୂର ହେବ
ଶାସ୍ତ୍ର ଅନୁଯାୟୀ, ଘରେ ଧୂପ-ଦୀପ କିମ୍ବା କର୍ପୂର ଜାଳିବା ଦ୍ୱାରା ମନ ଶାନ୍ତ ହୋଇଥାଏ । ସେହିପରି ଏହା ଚାପରୁ ମୁକ୍ତି ଦେଇଥାଏ । ତେବେ ଧୂପ-ଦୀପର ସୁଗନ୍ଧ ବାୟୁମଣ୍ଡଳରେ ବ୍ୟାପିଥାଏ, ଯାହା ମନକୁ ଶାନ୍ତ ଓ ପ୍ରସନ୍ନ କରିବାରେ ସାହାଯ୍ୟ କରିଥାଏ । ଏହା ସହିତ ଚାପ ମଧ୍ୟ କମିଥାଏ । ତେଣୁ, ସକାଳ ଓ ସନ୍ଧ୍ୟାରେ ପୂଜାଘରେ ଧୂପ, ଦୀପ କିମ୍ବା କର୍ପୂର ଜଳାନ୍ତୁ ।

ସକରାତ୍ମକ ଶକ୍ତି
କର୍ପୂର ଜାଳିବା ଦ୍ୱାରା ସକରାତ୍ମକ ଶକ୍ତି ପରିବେଶରେ ସଞ୍ଚାର ହୁଏ । ଏହା ଜୀବନରେ ପ୍ରଗତି ଏବଂ ସଫଳତା ପାଇଁ ବାଟ ଖୋଲିଥାଏ । ପରିବାରରେ ସୁଖ, ସମୃଦ୍ଧତା ଓ ଶାନ୍ତି ରହିଥାଏ ।

ଦାମ୍ପତ୍ୟ ଜୀବନ ସୁଖମୟ
ଧାର୍ମିକ ବିଶ୍ୱାସ ଅନୁସାରେ, ପ୍ରତିଦିନ କର୍ପୂରକୁ ରୁପା ବା ପିତ୍ତଳ ପାତ୍ରରେ ଜାଳିବା ଉଚିତ୍ । ଏହା ବ୍ୟତୀତ ବେଡ୍ ରୁମକୁ ସଫା ରଖନ୍ତୁ ଓ ରୁମରେ ପ୍ରତିଦିନ କର୍ପୂର ଜଳାନ୍ତୁ । ଏପରି କରିବା ଦ୍ୱାରା ଦାମ୍ପତ୍ୟ ଜୀବନରେ ଚାଲିଥିବା ସମସ୍ୟାକୁ ଦୂର ହୋଇଥାଏ ।

ଆର୍ଥିକ ସ୍ଥିତି ବୃଦ୍ଧି
ଘର କିମ୍ବା କର୍ମକ୍ଷେତ୍ରରେ ତିନୋଟି କର୍ପୂର ଜାଳନ୍ତୁ । ଏକ ଧାର୍ମିକ ବିଶ୍ୱାସ ଅଛି ଯେ ଏହା ଆର୍ଥିକ ସ୍ଥିତିକୁ ମଜବୁତ କରେ । ଖାଦ୍ୟ ଏବଂ ଅର୍ଥ ସମ୍ବନ୍ଧୀୟ ସମସ୍ୟା ଜୀବନଠାରୁ ଦୂରରେ ରହିଥାଏ ।

ବୈଜ୍ଞାନିକ କାରଣ
ଘରେ ଧୂପ-ଦୀପ ଜାଳିବା ପଛରେ ଏକ ବୈଜ୍ଞାନିକ ମହତ୍ତ୍ୱ ଅଛି । ଘରେ କର୍ପୂର, ଧୂପ ଇତ୍ୟାଦି ଜାଳିବା ଦ୍ୱାରା ତାହା ପରିବେଶରେ ଥିବା ଜୀବାଣୁକୁ ମାରିଦିଏ । ଏହା ଦ୍ୱାରା ପରିବାରର ସଦସ୍ୟମାନଙ୍କ ସ୍ୱାସ୍ଥ୍ୟ ସୁସ୍ଥ ରହିଥାଏ । ଏହା ସହିତ ଘରେ ସକରାତ୍ମକ ଶକ୍ତି ସଞ୍ଚାର ହୁଏ । ଏହିପରି ଭାବରେ ମନ ଶାନ୍ତ ଓ ଖୁସି ରୁହେ ।

Get real time updates directly on you device, subscribe now.