fbpx

UGC ପକ୍ଷରୁ ବଡ଼ ଘୋଷଣା: ଆସନ୍ତା ଶିକ୍ଷା ବର୍ଷରୁ UG, PG କୋର୍ସ ପାଇଁ ଆରମ୍ଭ ହେବ ସାଧାରଣ ପ୍ରବେଶିକା ପରୀକ୍ଷା (CET)

ନୂଆଦିଲ୍ଲୀ: ୟୁନିଭରସିଟି ଗ୍ରାଣ୍ଟ କମିଶନ (ୟୁଜିସି) ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଘୋଷଣା କରାଯାଇଛି । ଏଣିକି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଅଣ୍ଡର ଗ୍ରାଜୁଏଟ ଓ ଗ୍ରାଜୁଏଟ ପାଠ୍ୟକ୍ରମ ପାଇଁ ସାଧାରଣ ପ୍ରବେଶିକା ପରୀକ୍ଷା (ସିଇଟି) ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ମାଧ୍ୟମରେ କରାଯିବ । ଏହା ଆସନ୍ତା ୨୦୨୨-୨୩ ଶିକ୍ଷାବର୍ଷରେ ଲାଗୁ ହୋଇପାରେ । ଏଥିସହ ପିଏଚଡି ପ୍ରୋଗ୍ରାମ ପାଇଁ ନ୍ୟାସନାଲ ଏଲିଜିବିଲିଟି ଟେଷ୍ଟ (ନେଟ) ସ୍କୋରକୁ ବ୍ୟବହାର କରାଯିବ ବୋଲି ୟୁଜିସି ପକ୍ଷରୁ କୁହାଯାଇଛି ।

ତେବେ ଏନେଇ ୟୁଜିସି ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ ପତ୍ର ଲେଖାଯାଇଛି । ୨୦୨୨-୨୩ ଶିକ୍ଷା ବର୍ଷରେ ସାଧାରଣ ପ୍ରବେଶିକା ପରୀକ୍ଷା କରିବା ନେଇ ପଦକ୍ଷେପ ନେବାକୁ କୁହାଯାଇଛି । ଏହି ପରୀକ୍ଷା ଅତି କମରେ ୧୩ଟି ଭାଷାରେ ଉପଲବ୍ଧ ହେବ । ସାଧାରଣ ପ୍ରବେଶିକା ପରୀକ୍ଷା ରାଜ୍ୟ, ଘରୋଇ ବିଶ୍ୱବିଦ୍ୟାଳୟ, ଡିମଡ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅନୁଷ୍ଠିତ ହେବ । ଜାତୀୟ ଶିକ୍ଷାନୀତି-୨୦୨୦ ଅନୁଯାୟୀ, ଏନଟିଏ ମାଧ୍ୟମରେ ସମସ୍ତ ବିଶ୍ୱବିଦ୍ୟାଳୟରେ ସିଇଟି ଲାଗୁ କରିବାକୁ ପ୍ରସ୍ତାବ ଦିଆଯାଇଛି । ତେବେ ସିଇଟି ପରିଚାଳନା ପାଇଁ ଏକ କମିଟି ଗଠନ କରାଯିବା ସହ ସମସ୍ତ ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସୂଚନାଯୋଗ୍ୟ ଯେ, ୨୦୨୧ ଶିକ୍ଷା ବର୍ଷରେ ସିଇଟି ଲାଗୁ କରିବା ନେଇ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଥିଲା, ମାତ୍ର କରୋନା ମହାମାରୀ କାରଣରୁ ତାହା ସ୍ଥଗିତ ରହିଥିଲା ।

Get real time updates directly on you device, subscribe now.