ଉଜୁଡି ଗଲା ହସ ଖୁସିର ସଂସାର, ସାପ ଦଂଶନରେ ଆଖି ବୁଜିଲେ ଭାଇ-ଭଉଣୀ

ନବରଙ୍ଗପୁର ଉମରକୋଟ ବ୍ଲକ ରାଜପୁର ଗାଁରେ ଅବାବନୀୟ ଘଟଣା । ବିଷାକ୍ତ ସାପ କାମୁଡ଼ାରେ ଗୋଟିଏ ପରିବାରର ଦୁଇ ଭାଇ ଓ ଭଉଣୀଙ୍କ ମୃତ୍ୟୁ ଘଟିଛି ।

ନବରଙ୍ଗପୁର: ଉମରକୋଟ ବ୍ଲକ ରାଜପୁର ଗାଁରେ ଅବାବନୀୟ ଘଟଣା । ବିଷାକ୍ତ ସାପ କାମୁଡ଼ାରେ ଗୋଟିଏ ପରିବାରର ଦୁଇ ଭାଇ ଓ ଭଉଣୀଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ 9 ମାସର ଭାଇ ଋତୁରଜ ହରିଜନ ଏବଂ 11 ବର୍ଷର ଭଉଣୀ ଅମିତା ହରିଜନ ।

ସୂଚନା ଅନୁସାରେ, ପରିବାରର ୬ଜଣ ସଦସ୍ୟ ରାତିରେ ଖାଇ ସାରି ଶୋଇଥିଲେ । ଶୋଇଥିବା ଅବସ୍ଥାରେ ଭାଇଭଉଣୀଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ପରିବାର ଲୋକେ ଉଭୟଙ୍କୁ ମେଡିକାଲ ନନେଇ ଗୁଣିଆ ପାଖକୁ ନେଇଥିଲେ। ପରେ ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡିବାରୁ ଉମରକୋଟ ମେଡିକାଲକୁ ନେଇଥିଲେ। ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ।

ଚିକିତ୍ସାରେ ବିଳମ୍ବତା ଯୋଗୁଁ ଅକାଳରେ ଚାଲିଗଲା ଭାଇଭଉଣୀଙ୍କ ଜୀବନ। ସଚେତନତା ଅଭାଵରୁ ଆଜି ବି ଲୋକେ ମେଡିକାଲ ଉପରେ ଭରସା ନକରି ଗୁଣି ଗାରେଡି ଉପରେ ଭରସା କରୁଛନ୍ତି ।

ସେପଟେ ଗ୍ରାମାଞ୍ଚଳରେ ସଚେତନତାର ଆବଶ୍ୟକତା ରହିଛି କହିଲେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ । ଏହି ଘଟଣାରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।