ଭାଉଜ ପ୍ରେମ ମିଠା! ଭାଉଜ ପ୍ରେମରେ ଉଡ଼ୁଥିଲା ଦିଅର, ବ୍ଲାକମେଲର ଶିକାର ହେଲା ପରେ ଭାଉଜ ହତ୍ୟା ପାଇଁ ଆଣିଲା ବ୍ୟାଙ୍କ ଲୋନ୍

ଅନ୍ତବନ୍ତ୍ର ଖୋଳିଲା ଗୁମର । ଭାଉଜ ସହ ଦିଅରର ଥିଲା ଅବୈଦ୍ଧ ସମ୍ପର୍କ । ଘରୁ ଉଠାଇ ନେଇ ମହିଳାଙ୍କୁ କଲେ ହତ୍ୟା ।

ମୁଜାଫରନଗର: ଉତ୍ତର ପ୍ରଦେଶ ମୁଜାଫରନଗରରେ ମହିଳାଙ୍କୁ ଗଣବଳାତ୍କାର ଏବଂ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଶକୁ ଧରିଛି ପୋଲିସ । ଖବର ମୁତାବକ ମହିଳା ଜଣକ ଆଶିଶଙ୍କୁ ବାହାହେବା ଲାଗି ସେ ଚାପ ପକାଉଥିଲେ ।

ଘରୁ ଟେକିନେଲେ: ତେବେ ୨୧ ବର୍ଷୀୟା ଭାଉଜକୁ ବଳାତ୍କାର ଏବଂ ହତ୍ୟା ପାଇଁ ଆଶିଶ ବ୍ୟାଙ୍କରୁ ୪୦ ହଜାର ଟଙ୍କା ଲୋନ୍ ଆଣିଥିବା ପୋଲିସ କହିଛି । ଏ ଟଙ୍କାରେ ଆଶିଶ ଭାଉଜ ହତ୍ୟାର ସୁପରୀ ଦୁଇଜଣଙ୍କୁ ଦେଇଥିଲା । ଆଡଭାନ୍ସ ବାବଦକୁ ଆଶିଶ୍ ସେମାନଙ୍କୁ ୧୦ ହଜାର ଟଙ୍କା ମଧ୍ୟ ଦେଇଥିବା ଜଣାପଡ଼ିଛି । ମୁଜାଫରନଗର ବୁଧାନା ଅଞ୍ଚଳର ବାଭନା ଗ୍ରାମରେ ଘଟିଛି ଏ ଘଟଣା ।

ଆଶିଶ ଏବଂ ତା’ ସହଯୋଗୀ ଶୁଭମ , ଦୀପକ ମହିଳାଙ୍କୁ ତାଙ୍କ ଘର ଉଠାଇ ନେଇଥିଲେ । ଏହାପରେ ସେମାନେ ମୃତାଙ୍କ ସହ ଗଣବଳାତ୍କାର କରି ମହିଳାଙ୍କ ଷ୍ଟଲରେ ତଣଟିଚିପି ମାରି ଦେଇଥିବା ପୋଲିସ କହିଛି ।

ଜାଳିଦେଲେ: ମହିଳାଙ୍କ ତଣ୍ଟିଚିପି ହତ୍ୟା ପରେ ମୃତଦେହକୁ ଜାଳିଦେଲେ । କିନ୍ତୁ ଘଟଣା ସ୍ଥଳରୁ ପୋଲିସ ଅନ୍ତବସ୍ତ୍ର ସାଙ୍ଗକୁ ୨ ପ୍ୟାକେଟ୍ କଣ୍ଡୋମ ଜବତ କରିଛି । ଆପତ୍ତିଜନକ ଜିନିଷ ମିଳିବା ପରେ ଘଟଣା ନେଇ ପୋଲିସର ସନ୍ଦେହ ହୋଇଥିଲା । ଯାହାପରେ ବିଭିନ୍ନ ଦିଗକୁ ନଜରକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

ଦିଅର ସହ ଅନୈତିକ ସମ୍ପର୍କ: ଦୁଇବର୍ଷ ଧରି ମୃତା ମହିଳା ଏବଂ ହତ୍ୟାକରୀ ମଧ୍ୟରେ ଅନୈତିକ ସମ୍ପର୍କ ଥିଲା । ପ୍ରାଇଭେଟ ଫଟୋ ଓ ଭିଡିଓ ପାଇଁ ରଖି ଭାଉଜ ବ୍ଳାକମେଲ କରୁଥିଲେ । ଯେଉଁଥିରେ ଅତିଷ୍ଠ ହୋଇ ଆଶିଶ ଭାଉଜ ହତ୍ୟା ପାଇଁ ଷଡଯନ୍ତ୍ର ରଚିଥିବା କହିଛି ପୋଲିସ । ଆଶିଶ ଏବେ ପୋଲିସ ହାଜତରେ ଥିବାବେଳେ ଅନ୍ୟ ୨ ଅଭିଯୁକ୍ତ ଏବେ ଫେରାର୍ ଅଛନ୍ତି ।