fbpx

ସାନ ଭାଇକୁ ହତ୍ୟା କଲା ବଡ଼ଭାଇ

ବଲାଙ୍ଗୀର, ୧୦ା୫ (ଓଡ଼ିଶା ଭାସ୍କର): ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ନିଜ ସାନ ଭାଇକୁ ହତ୍ୟା କରିଛି ବଡ଼ଭାଇ । ସାମାନ୍ୟ କଳହକୁ କେନ୍ଦ୍ର କରି ଏପରି ଘଟିଥିବା କୁହାଯାଉଛି । ପାଟଣାଗଡ଼ ବ୍ଲକ ଧାଉଁରାଦାଦର ବ୍ଲକରେ ଏପରି ହତ୍ୟାକାଣ୍ଡ ଘଟିଛି । ଘରୋଇ କଳିକୁ କେନ୍ଦ୍ର କରି ପ୍ରଥମେ ଦୁଇଭାଇଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ପରେ ଏହା ଉଗ୍ର ରୂପ ଧାରଣ କରିଥିଲା ବୋଲି ସ୍ଥାନୀୟ ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । ଗୋବର୍ଦ୍ଧନ ଶବର ନାମକ ଜଣେ ବ୍ୟକ୍ତିଙ୍କର ନିଜ ବଡ଼ ଭାଇ ଶିବଶଙ୍କର ଶବର ସହ ବଚସା ହୋଇଥିଲା । ଏଥିରେ ଉତକ୍ଷୀପ୍ତ ହୋଇ ଶିବଶଙ୍କର ନିଜ ସାନଭାଇ ଗୋବର୍ଦ୍ଧନଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ଶିବଶଙ୍କରକୁ ଧରି ଥାନାରେ ଅଟକ ରଖିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.