fbpx

ଏୟାର ଇଣ୍ଡିଆର ୫ ପାଇଲଟ୍ କରୋନା ପଜିଟିଭ୍

ଏୟାର ଇଣ୍ଡିଆର ପାଇଲଟ୍ ବି କରୋନା ଭାଇରସ୍ କବଜାରେ ଆସିଛନ୍ତି । ଏୟାର ଇଣ୍ଡିଆର ୫ ପାଇଲଟ କରୋନା ଭାଇରସ୍ରେ ଚିହ୍ନଟ ହୋଇଛନ୍ତି । ଉଡାଣ ଭରିବାର ୭୨ ଘଣ୍ଟା ପୂର୍ବରୁ ହୋଇଥିବା ପରୀକ୍ଷାରେ ସେମାନଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ସମସ୍ତ ପାଇଲଟ ଏବେ ମୁମ୍ବାଇରେ ଥିବା ବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏୟାର ଇଣ୍ଡିଆ ମୁତାବକ, ୫ ପାଇଲଟମାନେ କିଛି ଦିନ ପୂର୍ବରୁ କାର୍ଗୋ ବିମାନ ନେଇ ଚୀନ୍ ଯାଇଥିଲେ । ପାଇଲଟଙ୍କ ସମ୍ପର୍କରେ ଆସିଥିବା ସମସ୍ତ ଲୋକଙ୍କ ବିଷୟରେ ତଥ୍ୟ ସଂଗ୍ରହ କରାଯାଉଛି । ଏହା ସହ ପାଇଲଟଙ୍କ ପରିବାରବର୍ଗଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି, ଏହି ପାଇଲଟମାନଙ୍କଠାରେ କରୋନାର କୌଣସି ଲକ୍ଷଣ ଦେଖାଯାଇନଥିଲା ।

Get real time updates directly on you device, subscribe now.