fbpx

ମୟୁରଭଞ୍ଜରୁ ୩.୨୮ କେଜିର ବ୍ରାଉନ ସୁଗାର ଜବତ

ଭୁବନେଶ୍ୱର, ୧୯ା୭(ଓଡ଼ିଶା ଭାସ୍କର): ଦେଶ ଓ ରାଜ୍ୟରେ ଅପରାଧ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ମୟୁରଭଞ୍ଜରୁ ୩.୨୮ କେଜିର ବ୍ରାଉନ ସୁଗାର ଜବତ ହୋଇଛି । ଜବତ କରାଯାଇଥିବା ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ପାଖାପାଖି ସାଢ଼େ ୩ କୋଟି ହେବ ବୋଲି ସୂଚନା ମିଳିଛି । ଏହି ମାମଲାରେ ଜଣକୁ ଅଟକ ରଖି ଏସଟିଏଫ ପଚରାଉଚରା କରୁଛି । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ଡିଜିପି ଅଭୟ ।

ଅନ୍ୟପଟେ କ୍ରାଇମବ୍ରାଞ୍ଚ ଏଡ଼ିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ ୨୦୨୦ରେ ୧୫ କେଜି ୬୪୮ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି । ଏହାସହ ବ୍ରାଉନ ସୁଗାର ଜବତ ଅଭିଯାନ ଆଗକୁ ମଧ୍ୟ ଜାରି ରହିବ । ଓଡ଼ିଶାରୁ ଏହା ସମ୍ପୂର୍ଣ୍ଣ ଭାବେ ମୂଳୋତ୍ପାଟନ ହେବ ବୋଲି ସେ କହିଛନ୍ତି ।

 

Get real time updates directly on you device, subscribe now.