fbpx
BJD SKY
BJD SKY

ଏକ୍ସାଇଜ ପଲିସୀ ମାମଲା: ଇଡି ପରେ କେ. କବିତାଙ୍କୁ ଗିରଫ କଲା CBI

BJD

ଦିଲ୍ଲୀ: ଦିଲ୍ଲୀ ମଦ ଘୋଟାଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହେପାଜତରେ ରହିଥିବା ଭାରତ ରାଷ୍ଟ୍ର ସମିତି (ବିଆରଏସ) ନେତ୍ରୀ କେ. କବିତାଙ୍କୁ ସିବିଆଇ ଗିରଫ କରିଛି । ଏହା ପୂର୍ବରୁ ଗତ ୧୦ ତାରିଖ ଦିନ ସିବିଆଇ କବିତାଙ୍କୁ ତିହାର ଜେଲରେ ପଚରାଉଚରା କରିଥିଲା । ଆମ ଆଦମୀ ପାର୍ଟି (ଆପ)କୁ ୧୦୦ କୋଟି ପ୍ରଦାନ କରାଯିବା ଓ ବୁଚି ବାବୁଙ୍କ ଫୋନର ହ୍ୱାଟସଆପ ଚାଟରୁ ମିଳିଥିବା ତଥ୍ୟକୁ ନେଇ ପ୍ରଶ୍ନ କରିବା ନେଇ ସିବିଆଇ କୋର୍ଟଙ୍କୁ ଅନୁମତି ମାଗିଥିଲା ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ମାସ ୨୩ ତାରିଖରେ କବିତାଙ୍କ ଇଡି ହେପାଜତକୁ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । କବିତାଙ୍କ ହେପାଜତକୁ ୫ ଦିନ ବୃଦ୍ଧି କରିବାକୁ ଇଡି ପକ୍ଷରୁ କୋର୍ଟରେ ଆବେଦନ କରାଯାଇଥିଲା । ମାତ୍ର କୋର୍ଟ ୩ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଥିଲେ । ଅନ୍ୟପକ୍ଷରେ ତାଙ୍କର ଗିରଫଦାରୀ ବେଆଇନ ବୋଲି କବିତା କହିଥିଲେ । ନିର୍ବାଚନ ସମୟରେ ବହୁ ସଂଖ୍ୟକ ନେତାଙ୍କୁ ଗିରଫ କରାଯିବା ନେଇ ନିର୍ବାଚନ ଆୟୋଗ ଅବଗତ ହେବା ଆବଶ୍ୟକ ବୋଲି ସେ କହିଥିଲେ ।

Get real time updates directly on you device, subscribe now.