fbpx

ଏହି ଗୋଟିଏ ଜିନିଷ ଲାଗି ମଲାଇକା ୫୦ରେ ଦେଖାଯାଉଛନ୍ତି ୨୫ ପରି, ଆପଣ ବି ଆପଣାଇ ପାରିବେ

ଓଡ଼ିଶା ଭାସ୍କର: ଅଭିନେତ୍ରୀ ମଲାଇକା ଆରୋରାଙ୍କୁ ଦେଖି ତାଙ୍କ ବୟସର ଅନୁମାନ ଲଗାଇବା ବହୁତ କଠିନ । ସେ ୫୦ରେ ପହଞ୍ଚିଥିଲେ ବି ୨୫ ପରି ନଜର ଆସନ୍ତି । ୟଙ୍ଗ ଓ ଫିଟ୍ ରହିବା ଲାଗି ମଲାଇକା ନିଜ ଡାଏଟ୍ ଓ ଲାଇଫ୍‌ଷ୍ଟାଇଲ ଉପରେ ବିଶେଷ ଧ୍ୟାନ ରଖିଥାନ୍ତି । ସେ ଜିମ୍‌ରେ ନିୟମିତ ଖୁବ୍ ୱାର୍କଆଉଟ୍ କରୁଥିବାର ନଜର ଆସିଥାନ୍ତି ।

ଏକ ସାକ୍ଷାତକାରରେ ମଲାଇକା କହିଥିଲେ ସେ ସବୁକିଛି ଖାଇଥାନ୍ତି କିନ୍ତୁ ଏକ ନିଶ୍ଚିନ୍ତ ସୀମା ଭିତରେ । ସେ ନଟସ୍‌, କାର୍ବସ୍‌, ଫ୍ୟାଟସ୍ ଓ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଇଥାନ୍ତି କିନ୍ତୁ ସବୁ ଖାଦ୍ୟ ମଧ୍ୟରେ ଏକ ସନ୍ତୁଳନ ରଖିଥାନ୍ତି । ତେବେ ମଲାଇକାଙ୍କୁ ୟଙ୍ଗ ରଖିବାରେ ଯେଉଁ ଜିନିଷ ସବୁଠାରୁ ଅଧିକ ଗୁରୁତ୍ୱ ବହନ କରିଛି ତାହା ହେଉଛି ଡାଲଚିନି ।

ସବୁ ଘରର କିଚେନ୍‌ରେ ଡାଲଚିନି ଉପଲବ୍ଧ । ଏହା ଏପରି ଏକ ମସଲା ଯାହା ଖାଦ୍ୟର ସ୍ୱାଦ ବଢାଇଥାଏ । କିନ୍ତୁ ଆପଣ କ’ଣ ଜାଣନ୍ତି କି ଏହା ସୁନ୍ଦରତା ବି ବୃଦ୍ଧି କରିଥାଏ ବୋଲି । ତେବେ ମଲାଇକାଙ୍କ ସ୍କିନ୍ କେୟାରରେ ଡାଲଚିନିର ବିଶେଷ ଭୂମିକା ରହିଛି । ଏହାକୁ ସେ ନିଜ ଫେସପ୍ୟାକ୍‌ରେ ବ୍ୟବହାର କରିଥାନ୍ତି ।

ଆପଣ ବି କୌଣସି ବି ଫେସପ୍ୟାକ୍‌ରେ ଅଧା ଚାମଚ ଡାଲଚିନି ମିଶାଇ ଲଗାଇ ପାରିବେ । ଡାଲଚିନି ମୁହଁ ଫୁଲିବା ସମସ୍ୟା ଦୂର କରିବା ସହ ତ୍ୱଚାରେ ଚମକ ଆଣିଥାଏ । ଏହା ବ୍ୟତିତ ଆପଣ ଏହାର ସ୍କ୍ରବ ବି ତିଆରି କରିପାରିବେ । ଏଥିପାଇଁ ଆପଣ ଏକ ଚାମଚ ଡାଲଚିନି ପାଉଡର ସହିତ କିଛି ଲେମ୍ବୁ ରସ ଓ ମହୁ ମିଶାନ୍ତୁ । ଏହାକୁ ମୁହଁରେ ଲଗାଇ ଅଧଘଣ୍ଟା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ଏହାପରେ ମୁହଁକୁ ଭଲଭାବେ ଧୋଇ ଦିଅନ୍ତୁ ।

Get real time updates directly on you device, subscribe now.