fbpx
BJD
BJD SKY
BJD SKY

ଏଣିକି ମନ୍ଦିରରେ ପୂଜାରୀମାନଙ୍କ ପରି ପୋଲିସ ବି ଧୋତି ପିନ୍ଧି ଲୋକଙ୍କୁ ଦେବେ ସୁରକ୍ଷା, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଏଣିକି ମନ୍ଦିରରେ ପୋଲିସ ମଧ୍ୟ ପୂଜାରୀମାନଙ୍କ ପରି ଧୋତି ପିନ୍ଧି ଲୋକଙ୍କୁ ସୁରକ୍ଷା ଦେବେ । ଉତ୍ତର ପ୍ରଦେଶ ସ୍ଥିତ କାଶୀ ବିଶ୍ୱନାଥ ଧାମରେ ଏହି ନିୟମ ଲାଗୁ ହୋଇଛି । ମନ୍ଦିରର ଅଧିକାରୀମାନଙ୍କ ମୁତାବକ, ପୁରୁଷ ସୁରକ୍ଷାକର୍ମୀ ଭକ୍ତମାନଙ୍କ ପରି ବେଶ ଧାରଣ କରିବା ପାଇଁ ଧୋତି କୁର୍ତା ପିନ୍ଧିବେ । ଏହା ବ୍ୟତୀତ ମହିଳା ସୁରକ୍ଷା କର୍ମୀମାନେ ସାଲୱାଲ କୁର୍ତ୍ତା ପିନ୍ଧିବେ । ଏହି ବିଶେଷ ପୋଷାକକୁ ଧାରଣ କରିବା ପୂର୍ବରୁ ସୁରକ୍ଷାକର୍ମୀମାନେ ୩ ଦିନର ପ୍ରଶିକ୍ଷଣ ନେବେ ଯେ, କିପରି ସେମାନେ ଭକ୍ତଙ୍କ ସହ ଯୋଗାଯୋଗ କରିବେ ।

ଏଭଳି ପଦକ୍ଷେପ ଭକ୍ତଙ୍କ ଅନୁଭବକୁ ସୁଖଦଃ କରିବା ଲାଗି ନିଆଯାଇଛି । କାରଣ ଭକ୍ତମାନଙ୍କ ମନରେ ସୁରକ୍ଷାକର୍ମୀଙ୍କ ପୋଷାକକୁ ନେଇ ନକରାତ୍ମକ ମନୋଭାବକୁ ଶେଷ କରାଯାଉ । ଏହା ବ୍ୟତୀତ ଭିଡ଼କୁ ନିୟନ୍ତ୍ରୀତ କରିବା ଲାଗି, ‘ନୋ ଟଚ’ ପଲିସି ମଧ୍ୟ ଲାଗୁ କରାଯାଇଛି । ପୋଲିସ ଆୟୁକ୍ତ ମୋହିତ ଅଗ୍ରୱାଲ କହିଛନ୍ତି ଯେ, ଯେଉଁ ଭଳି ପୋଲିସ ତାଙ୍କ ସହ ବ୍ୟବହାର କରୁଛି, ତାଙ୍କୁ ଏପରି କେବେବି ନ ଲାଗୁ ଯେ, ତାଙ୍କ ସହ ଅପମାନଜନକ ବ୍ୟବହାର କରାଯାଉଛି ।

Get real time updates directly on you device, subscribe now.