fbpx

‘ଡିଜିଟାଲ ପେମେଣ୍ଟ ମାମଲାରେ ଆମେରିକା ତୁଳନାରେ ବହୁ ଆଗରେ ଭାରତ’: ବୈଦେଶିକ ମନ୍ତ୍ରୀ କହିଲେ ଏହାର କାରଣ

ନୂଆଦିଲ୍ଲୀ: ଡିଜିଟାଲ ପେମେଣ୍ଟର ମାମଲାରେ ଲଗାତାର ଭାରତ ଉଚ୍ଚ ସ୍ଥାନ ଅଧକାର କରିବା ଦେଖାଯାଉଛି । ବୈଦେଶିକ ମନ୍ତ୍ରୀ ଏସ,ଜୟଶଙ୍କର ବୁଧବାର ଦିନ ଡିଜିଟାଲ ପେମେଣ୍ଟରେ ଭାରତର ଅଗ୍ରଗାମୀକୁ ପ୍ରକାଶ କରି କହିଛନ୍ତି ଯେ, ଦେଶରେ ଏକ ମାସରେ ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ ଜରିଆରେ ୧୨୦ କୋଟି ଟଙ୍କାର ବ୍ୟବସାୟ ହେଉଛି । ସେ ଭାରତର ତୁଳନାରେ ଆମେରିକା ସହ କରି କହିଛନ୍ତି ଯେ, ଅମେ ତାଙ୍କ ଠାରୁ ବି ଉପରେ ଅଛୁ । ସେଠାରେ ଗୋଟିଏ ବର୍ଷରେ ମାତ୍ର ୪୦ କୋଟି ଟଙ୍କାର ଡିଜିଟାଲ କାରବାର ହେଉଛି ।

ରାଜସ୍ଥାନର ବିକନେରରେ ଏକ କାର୍ଯ୍ୟକ୍ରମରେ ଏସ, ଜୟଶଙ୍କର କହିଛନ୍ତି ଯେ, ଆଜି ଆମେ ୟୁପିଆଇ ମାଧ୍ୟମରେ କ୍ୟାସଲେସ ପେମେଣ୍ଟ କରୁଛୁ । ଆମର ଏଠାରେ ଏକ ମାସରେ ୧୨୦ କୋଟି ଟଙ୍କାର କାରବାର ହେଉଛି, ଯେଉଁଠାରେ ଆମେରିକା ଏକ ବର୍ଷରେ ୪୦ କୋଟି ଟଙ୍କାର ଡିଜିଟାଲ କାରବାର କରିପାରୁଛି । ଆପଣଙ୍କୁ ଦେଖିବାକୁ ପଡିବ ଆମେ କିଛି କ୍ଷେତ୍ରରେ କିପରି ପ୍ରଗତି କରୁଛି ଏବଂ ଦୁନିଆ ଏହାକୁ ପ୍ରଶଂସା କରୁଛି ।

Get real time updates directly on you device, subscribe now.