fbpx

NRSC ବାର୍ଷିକ ରିପୋର୍ଟ: ‘କଂକ୍ରିଟ୍ ଜଙ୍ଗଲରେ ପରିଣତ ହୋଇଗଲାଣି ଭାରତ, ୧୭ ବର୍ଷରେ ୨୫ ଲକ୍ଷ ହେକ୍ଟର କନଷ୍ଟ୍ରକସନ ଅଞ୍ଚଳ ବୃଦ୍ଧି

ନୂଆଦିଲ୍ଲୀ: ଗତ ୧୭ ବର୍ଷ ମଧ୍ୟରେ ଭାରତ ‘କ୍ରିଂକ୍ରିଟ୍ ଜଙ୍ଗଲ’ରେ ପରିଣତ ହୋଇଯାଇଛି । ୨୦୦୫ରୁ ୨୦୨୩ ମଧ୍ୟରେ ଦେଶରେ କନଷ୍ଟ୍ରକସନ ଅଞ୍ଚଳ ୨୫ ଲକ୍ଷ ହେକ୍ଟର ବଢ଼ି ଯାଇଛି । ଦେଶରେ ସହରୀକରଣ ଓ ଭିତ୍ତିଭୂମି ହାର କେଉଁ ମାତ୍ରାରେ ବୃଦ୍ଧି ପାଇଛି ତାହା ଏହି ରିପୋର୍ଟରୁ ସ୍ପଷ୍ଟ ଅନୁମେୟ ହେଉଛି । ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ)ର ହାଇଦ୍ରାବାଦ ସ୍ଥିତ ନ୍ୟାସନାଲ ରିମୋଟ ସେନସିଂ ସେଣ୍ଟର (ଏନଆରଏସସି)ର ବାର୍ଷିକ ରିପୋର୍ଟରୁ ଏହା ଜଣାପଡ଼ିଛି ।

୨୦୦୨୫-୦୬ରୁ ୨୦୨୨-୨୩ ମଧ୍ୟରେ ପାଖାପାଖି ୩୧ ପ୍ରତିଶତ ଭୂମିର ଉପଯୋଗ କରାଯାଇଛି । ଏହି ଅବଧି ମଧ୍ୟରେ ୩୫ ପ୍ରତିଶତ କନଷ୍ଟ୍ରକସନ ଅଞ୍ଚଳ ଯୋଡ଼ି ହୋଇଛି । ଲ୍ୟାଣ୍ଡ କଭର କ୍ଷେତ୍ରରେ ପାଖାପାଖି ୨.୪ ପ୍ରତିଶତ ବୃଦ୍ଧି ଘଟିଛି । ଏହି ନିର୍ମାଣ ଅଞ୍ଚଳରେ କେବଳ କୋଠା ସାମିଲ ରହି ନାହିଁ, ସେଥିରେ ସଡ଼କ ଆଦି ସାମିଲ ରହିଛି । ୨୦୦୫ରୁ ୨୦୦୨୩ ମଧ୍ୟରେ ଗୁଜରାଟରେ ୧୭୫ ପ୍ରତିଶତ, କର୍ଣ୍ଣାଟକରେ ୧୦୯ ପ୍ରତିଶତ, ଆନ୍ଧ୍ରପ୍ରଦେଶରେ ୯୪ ପ୍ରତିଶତ, ମଧ୍ୟପ୍ରଦେଶରେ ୭୫ ପ୍ରତିଶତ ଓ ପଶ୍ଚିମବଙ୍ଗରେ ୫୮ ପ୍ରତିଶତ ରାଷ୍ଟ୍ରୀୟ ରାଜପଥ ବଢ଼ିଛି । କୃଷି ଜମିକୁ ନିର୍ମାଣ କ୍ଷେତ୍ରରେ ପରିଣତ କରାଯାଇଥିବା ରିପୋଟରୁ ଜଣାପଡ଼ିଛି ।

ଏନଆରଏସସି ରିପୋର୍ଟ ମୁତାବକ, କନଷ୍ଟ୍ରକସନ ଅଞ୍ଚଳରେ ବିଲଡିଂ ବା ଛାତର ଢାଞ୍ଚା, ପକ୍କାଘରର ପୃଷ୍ଠ, ସଡ଼କ ଓ ପାର୍କିଂ, ବ୍ୟବସାୟିକ ଓ ଔଧ୍ୟୋଗିକ ସ୍ଥାନ, ଲ୍ୟାଣ୍ଡଫିଲ, ଖଣି, ରନୱେ, ପାର୍କ, ଉଦ୍ୟାନ ଆଦି ସ୍ଥାନ ସାମିଲ ରହିଛି । ଅର୍ଥାତ ଦେଶରେ ଦ୍ରୁତ ଭାବେ ଭିତ୍ତିଭୂମିର ବିକାଶ ହେଉଛି । ସବୁଠାରୁ ବଡ଼ ସମସ୍ୟା ହେଉଛି, ଦେଶରେ କନଷ୍ଟ୍ରକସନ ଅଞ୍ଚଳ ବଢ଼ିବା କାରଣରୁ କୃଷି ଜମିର ବ୍ୟବସାୟ ହେଉଛି, ଯାହାକି କୃଷକଙ୍କୁ କ୍ଷତି ପହଞ୍ଚାଉଛି । ଏହାଦ୍ୱାରା ଦେଶର ବହୁ କୃଷକଙ୍କର ଜୀବନ ଜୀବିକା ପ୍ରଭାବିତ ହେଉଛି । ପର୍ଯ୍ୟାପ୍ତ ମାତ୍ରାରେ ସହାୟତା ନ ମିଳିବା କାରଣରୁ ଚଳିତ ବର୍ଷ ଫେବୃଆରୀ ମାସରେ ମଧ୍ୟପ୍ରଦେଶର କୃଷକମାନେ କିଛି ସ୍ଥାନରେ ଭୂମି ଅଧିଗ୍ରହଣକୁ ବିରୋଧ କରିଥିଲେ ।

Get real time updates directly on you device, subscribe now.