fbpx

ପଶ୍ଚିମବଙ୍ଗରେ ଲାଗୁ ହେବନି ସିଏଏ, ଏନଆରସି ଓ ୟୁନିଫର୍ମ ସିଭିଲ କୋଡ୍; ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ସେ କୌଣସି ପରିସ୍ଥିତିରେ ପଶ୍ଚିମବଙ୍ଗରେ ନାଗରିକତା ସଂଶୋଧନ ଆଇନ, ଜାତୀୟ ନାଗରିକ ପଞ୍ଜିକା (ଏନଆରସି) ଏବଂ ୟୁନିଫର୍ମ ସିଭିଲ କୋଡ୍ (ୟୁସିସି) ଲାଗୁ କରିବାକୁ ଅନୁମତି ଦେବେ ନାହିଁ। କୋଲକାତାର ରେଡ୍ ରୋଡ୍ ଅଞ୍ଚଳରେ ଇଦ୍ ନମାଜ ପାଇଁ ଏକାଠି ହୋଇଥିବା ଲୋକଙ୍କୁ ସମ୍ବୋଧିତ କରି ସେ ଏହା କହିଛନ୍ତି।

ତାଙ୍କ ସହ ତୃଣମୂଳ କଂଗ୍ରେସସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ମଧ୍ୟ ଉପସ୍ଥିତ ଥିଲେ। ତୃଣମୂଳ କଂଗ୍ରେସ ମୁଖ୍ୟ କହିଛନ୍ତି ଯେ ସେ ମୃତ୍ୟୁକୁ ଭୟ କରନ୍ତି ନାହିଁ, ମୃତ୍ୟୁ ତାଙ୍କୁ ଭୟ କରେ । ସେ ସଂଖ୍ୟାଲଘୁମାନଙ୍କୁ କହିଥିଲେ ଯେ ଯଦି ଆପଣମାନେ ଏକଜୁଟ ରହିବେ, ତେବେ କେହି ଅଲଗା ହୋଇପାରିବେ ନାହିଁ। ଆମେ ତାଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ଭୋଟ୍ ଦେଇଥିଲୁ ଏବଂ ଏବେ ସେ ଆମନାଗରିକତା ଉପରେ ପ୍ରଶ୍ନ ଉଠାଇଛନ୍ତି। ପଶ୍ଚିମବଙ୍ଗରେ ଆମେ ବିଜେପି ବିରୋଧରେ ଲଢ଼ୁଛୁ। କଂଗ୍ରେସ ଓ ସିପିଏମ୍ ସମେତ ଅନ୍ୟ କୌଣସି ଦଳକୁ ଗୋଟିଏ ବି ଭୋଟ୍ ଦିଅନ୍ତୁ ନାହିଁ।

ସେ କେନ୍ଦ୍ରୀୟ ଏଜେନ୍ସିକୁ ଟାର୍ଗେଟ କରି କହିଛନ୍ତି, ଇଡି ଓ ସିବିଆଇ ହାତରେ କେନ୍ଦ୍ର ସମସ୍ତଙ୍କୁ ଗିରଫ କରୁଛି। ଅଲଗା ଜେଲ୍ ତିଆରି କରିବା ଭଲ। କିନ୍ତୁ ଆପଣ ଦେଶର ୧୩୦ କୋଟି ଲୋକଙ୍କୁ ଜେଲରେ ରଖିପାରିବେ କି? ଆମେ ରୟାଲ ବେଙ୍ଗଲ ଟାଇଗର୍ସ ଭଳି ଲଢୁଛୁ। ସେ ଦାବି କରିଛନ୍ତି ଯେ ବିଜେପି କିଛି ନିର୍ଦ୍ଦିଷ୍ଟ ମୁସଲମାନ ନେତାଙ୍କୁ ଫୋନ୍ କରି ପଚାରୁଛି ସେମାନେ କ’ଣ ଚାହୁଁଛନ୍ତି? ଏପରିକି ସେ ଦୋହରାଇଛନ୍ତି ଯେ ସେ ୟୁନିଫର୍ମ ସିଭିଲ କୋଡ୍ ଅନୁସରଣ କରିବେ ନାହିଁ ଏବଂ ଏଠାରେ ସିଏଏ ଏବଂ ଏନଆରସି ଲାଗୁ ହେବାକୁ ଦେବେ ନାହିଁ।

Get real time updates directly on you device, subscribe now.