fbpx

ଘରୋଇ ଉପକରଣକୁ ବ୍ୟବହାର କରି କିପରି ଦୂର କରିବେ ପେଟ ସମସ୍ୟା? ଜାଣନ୍ତୁ

ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ହେତୁ ଅନେକ ଲୋକ ହଜମ ଜନିତ ସମସ୍ୟାର ସମ୍ମୁଖୀନ ହେଇ ଅସୁବିଧାରେ ପଡ଼ିଥାନ୍ତି । ଖାଦ୍ୟ ହଜମ ନହେବା ବର୍ତ୍ତମାନ ଏକ ସାଧାରଣ ସମସ୍ୟା । ଆଜିକାଲିର ଖାଦ୍ୟପାନୀୟ ପାଇଁ ପେଟ ସମସ୍ୟା ଅଧିକ ମାତ୍ରାରେ ବଢ଼ି ବଢ଼ି ଚାଲିଛି । ସୁସ୍ଥ ଶରୀର ପାଇଁ ଖାଦ୍ୟ ଭଲ ଭାବେ ହଜମ ହେବା ନିତାନ୍ତ ଆବଶ୍ୟକ । ଖାଦ୍ୟପେୟରେ ଅନିୟମିତତା କାରଣରୁ ହଜମ କ୍ରିୟା ଉପରେ କୁପ୍ରଭାବ ପଡିଥାଏ। ଏହାସହ ହଜମ ଶକ୍ତି ଧିରେ ଧିରେ ଦୁର୍ବଳ ହେବାକୁ ଆରମ୍ଭ କରିଥାଏ। ପରେ ପେଟରେ ଗ୍ୟାସ ସମସ୍ୟା ସୃଷ୍ଟି ହୋଇଥାଏ । ଏହି କାରଣରୁ, ଅମ୍ଳତା, ଗ୍ୟାସ୍, କୋଷ୍ଠକାଠିନ୍ୟ, ପେଟ ଫୁଲିବା ଏବଂ କାଟିବା ଭଳି ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ଯାହାକି ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ହୋଇଥାଏ । ତେବେ କିଛି ଘରୋଇ ଉପକରଣକୁ ବ୍ୟବହାର କରି ଆପଣ ଆପଣଙ୍କ ପେଟ ସମସ୍ୟାକୁ ଦୂର କରିପାରିବେ ।

ପେଟ ସମସ୍ୟା ଦୂର କରିବାର କିଛି ସହଜ ଉପାୟ –
ପୋଦିନା:- ପୋଦିନା ପେଟକୁ ଥଣ୍ଡା ରଖିଥାଏ। ଏଥିରେ ଥିବା ପୋଷକତତ୍ୱ ପାଚନ କ୍ରିୟାକୁ ସହଜ କରିଥାଏ । ତେଣୁ ଏହା ମଧ୍ୟ ପେଟ ଜନିତ ସମସ୍ୟାକୁ ଦୂର କରେ।

ଜୁଆଣି:- ଜୁଆଣି ସେବନ କରିବା ଦ୍ୱାରା ଆପଣଙ୍କ ଓଜନ କମିଥାଏ । ଜୁଆଣି ପାଣି ପିଇବା ଦ୍ୱାରା ଗ୍ୟାସ୍, ପେଟ ଯନ୍ତ୍ରଣା ଏବଂ କୋଷ୍ଠକାଠିନ୍ୟ ପରି ସମସ୍ୟା ଦୂର ହୋଇଥାଏ ।

ଅଦା:- ପେଟ ଜନିତ ସମସ୍ୟା ଥିଲେ ଅଦାର ବ୍ୟବହାର ଖୁବ ଉତ୍ତମ ହୋଇଥାଏ। ଏଥିରେ ଆଣ୍ଟିଫଙ୍ଗଲ ଓ ଆଣ୍ଟିବ୍ୟାକ୍ଟିରିଅଲ ତତ୍ତ୍ୱ ରହିଛି । କ୍ଷୀରରେ ଏକ ଚାମଚ ଅଦା ଗୁଣ୍ଡ ମିଶାଇ ପିଇବା ଦ୍ୱାରା ପେଟ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।

ଦହି:- ପେଟ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଦହି ଖାଇବା ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ। ଦହିରେ ଥିବା ବ୍ୟାକ୍ଟେରିଆ ପେଟରେ ଥିବା ସମସ୍ୟାକୁ ସନ୍ତୁଳିତ କରିଥାଏ। ଏହା ପେଟ ପାଇଁ ଖୁବ ଉପକାରୀ ଅଟେ।

ପାନମଧୁରୀ:- ପାନମଧୁରୀ ଖାଇଲେ ଦୃଷ୍ଟିଶକ୍ତି ମଧ୍ୟ ବଢିଥାଏ। ଖାଦ୍ୟ ଖାଇ ସାରିବା ପରେ ପାନମଧୁରୀ ଖାଇଲେ ଖାଦ୍ୟ ସହଜରେ ହଜମ ହୋଇଯାଏ। ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ପାନମହୁରୀ ଖାଇଲେ ତ୍ୱଚାରେ ଚମକ ଆସିଥାଏ। ପାନମଧୁରୀ ଖାଇଲେ ପେଟଜନିତ ସମସ୍ୟା ଯେପରିକି ଗ୍ୟାସ୍‌, ଏସିଡିଟି, ବଦହଜମି ଦୂର ହୋଇଥାଏ ।

ଜିରା:- ଜିରା ଆପଣଙ୍କ ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ଖାଇବା ପରେ, ଭଜା ଜିରା ମଞ୍ଜିକୁ ହାଲୁକା ଭାବରେ ଭାଙ୍ଗି ଏକ ଗ୍ଲାସ୍ ପାଣିରେ ଦ୍ରବଣ କରନ୍ତୁ, କିମ୍ବା ଆପଣ ଏକ ଚାମଚ ଜିରା ଏକ କପ୍ ଫୁଟୁଥିବା ପାଣି ପିଇପାରିବେ । ଏହା ତତକ୍ଷଣାତ୍ ଆରାମ ମଧ୍ୟ ଦେଇପାରେ ।

 

Get real time updates directly on you device, subscribe now.