fbpx

‘ନେତାଙ୍କର ବି ପ୍ରାଇଭେସୀ ଅଧିକାର ରହିଛି’, ସୁପ୍ରିମକୋର୍ଟଙ୍କ ଏପରି ଟିପ୍ପଣୀ ନେତାଙ୍କ ପାଇଁ ଆଶ୍ୱସ୍ତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଚଳିତ ସପ୍ତାହରେ ନିର୍ବାଚନ ପ୍ରକ୍ରିୟା ସହ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । କୋର୍ଟ ଅରୁଣାଚଳପ୍ରଦେଶ ତେଜୁରୁ ନିର୍ଦ୍ଦଳୀୟ ବିଧାୟକ କାରିଖୋ କ୍ରିଙ୍କ ନିର୍ବାଚନକୁ କାଏମ ରଖିଛନ୍ତି । ଏହି କ୍ରମରେ ସୁପ୍ରିମକୋର୍ଟ ଗୌହାଟୀ ହାଇକୋର୍ଟଙ୍କ ଜୁଲାଇ ୨୦୨୩ ନିଷ୍ପତ୍ତିକୁ ରଦ୍ଦ କରି ଦେଇଛନ୍ତି । ହାଇକୋର୍ଟଙ୍କ ନିଷ୍ପତ୍ତି ଏହି ଆଧାର ଉପରେ ଥିଲା କି କାରିଖୋ ନାମାଙ୍କନ ପତ୍ରରେ ତାଙ୍କର ୩ଟି ଗାଡି ଥିବା କଥା କହିନାହାନ୍ତି ।

ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ରଦ୍ଦ କରି ୩ ଗୋଟି ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି । କୋର୍ଟ କହିଛନ୍ତି ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କର ବି ପ୍ରାଇଭେସୀ ଅଧିକାର ରହିଛି । ସୁପ୍ରିମକୋର୍ଟ କହିଛନ୍ତି ପ୍ରାର୍ଥୀ ନିଜର ପୁରା ଜୀବନକୁ ଭୋଟର ସାମ୍ନାରେ ରଖିଦେବ ଏହାର କୌଣସି ଆବଶ୍ୟକତା ନାହିଁ । କୋର୍ଟ କହିଛନ୍ତି ପ୍ରାର୍ଥୀ ନିଜର ସବୁ ସଂପତ୍ତିର ଖୁଲାସା କରିବ ଏହା ଜରୁରୀ ନୁହେଁ । ଭୋଟରଙ୍କୁ ପ୍ରାର୍ଥୀ ବିଷୟରେ ସବୁ କିଛି ଜାଣିବାର ପରମ ଅଧିକାର ନାହିଁ । କୋର୍ଟ କହିଛନ୍ତି ବିଧାୟକ ଯାହା ଘୋଷଣା କରନାହାନ୍ତି ତାହା ତାଙ୍କ ୮.୪କୋଟି ଘୋଷିତ ସଂପତ୍ତି ତୁଳନାରେ ବହୁତ ନଗଣ୍ୟ । ଲୋକସଭା ନିର୍ବାଚନ ୨୦୨୪ ମଧ୍ୟରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ଘୋଷଣା ବହୁତ ମହତ୍ତ୍ୱପୂର୍ଣ୍ଣ ।

ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ଘୋଷଣା ପରେ ନେତାମାନେ କିଛି ମାତ୍ରାରେ ଆଶ୍ୱସ୍ତି ପାଇଛନ୍ତି । ସୋସିଆଲ ମିଡିଆ ଯୁଗରେ ନେତାମାନଙ୍କ ସହ ସେମାନଙ୍କ ପରିବାର ବି ସାର୍ବଜନୀନ ହୋଇ ଯାଇଥାନ୍ତି । ସେମାନଙ୍କ ବିଷୟରେ କିଛି ବି ମସଲା ମିଳିଗଲେ ମିଡିଆ ଠାରୁ ଆରମ୍ଭ କରି ନେତା ପର୍ଯ୍ୟନ୍ତ ସବୁଠି ଚର୍ଚ୍ଚା ଜୋର ଧରିଥାଏ । ଏପରିକି ତଲାକ ଠାରୁ ଆରମ୍ଭ କରି ବେଡରୁମ୍ ଖବର ବି ପଦାରେ ପଡିଯାଏ ।

ସର୍ବୋଚ୍ଚ ନ୍ୟାୟାଳୟ ଏହାକୁ ନେଇ ଟିପ୍ପଣୀ କରି କହିଛନ୍ତି, ପ୍ରାଇଭେସୀ ଅଧିକାର ନେତାଙ୍କ ପାଇଁ ବି ରହିଛି । କୋର୍ଟ କହିଛନ୍ତି ଏହି ପ୍ରାଇଭେସୀ ଅଧିକାର ସେହି ମାମଲାରେ ବଜାୟ ରହିବ ଯାହା ଭୋଟରଙ୍କ ଲାଗି ଚିନ୍ତାର ବିଷୟ ନୁହେଁ କିମ୍ବା ସାର୍ବଜନିକ ପଦ ଲାଗି ପ୍ରାର୍ଥୀଙ୍କ ଲାଗି ଅପ୍ରାସଙ୍ଗିକ ଅଟେ ।

Get real time updates directly on you device, subscribe now.