fbpx

ପାଳିତ ସନ୍ତାନର ନୃଶଂସ ରୂପ, ସମ୍ପତ୍ତି ପାଇଁ କଲା ବାପା-ମା’ ଙ୍କ ହତ୍ୟା

ଲକ୍ଷ୍ନୌ: ସନ୍ତାନ ସୁଖରୁ ବଞ୍ଚିତ ହୋଇଥିବା ଦମ୍ପତ୍ତି ଅନେକ ସମୟରେ ପୋଷ୍ୟ ସନ୍ତାନ ଗ୍ରହଣ କରିଥାନ୍ତି । ପୋଷ୍ୟ ସନ୍ତାନଙ୍କୁ ନିଜର ସବୁ ସ୍ନେହ ମମତା ଦେଇ ଲାଳନପାଳନ କରିଥାନ୍ତି । କିନ୍ତୁ ଯଦି ଏହି ପୋଷ୍ୟ ସନ୍ତାନ ହିଁ ନିଜ ବାପା-ମାଙ୍କ ପାଇଁ ଖରାପ ଚିନ୍ତା କରେ ତେବେ କ’ଣ ହୋଇପାରେ ସ୍ଥିତି । ଏଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି ଯେଉଁଠାରେ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଥିବା ଝିଅ ମାତ୍ର କିଛି ସମ୍ପତ୍ତି ପାଇଁ ବାପା-ମା’ ଙ୍କୁ ହତ୍ୟା କରିବା ପାଇଁ ପଛାଇନାହିଁ ।

ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶ କାନପୁରରେ । ଯେଉଁଠାରେ ଜଣେ ଝିଅ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଥିବା ବାପା ମୁନ୍ନା ଲାଲ(୬୧) ଏବଂ ମା’  ରାଜ ଦେବୀ (୫୫)ଙ୍କୁ ହତ୍ୟା କରିଛି । ଆଉ ଏହି ହତ୍ୟା ଘଟଣାରେ ଝିଅର ପ୍ରେମିକ ମଧ୍ୟ ସାହଯ୍ୟ କରିଛି ।

କାନପୁର ପୋଲିସ କମିଶନର ବିଜୟ ସିଂହ ମୀନା କହିଛନ୍ତି ଯେ ଝିଅ କୋମଲ ହିଁ ପ୍ରେମିକ ରୋହିତ ପାଇଁ କବାଟ ଖୋଲିଥିଲା ଏବଂ ମା’ ବାପାଙ୍କ ସହ ଭାଇକୁ ମଧ୍ୟ ହତ୍ୟା କରିବା ପାଇଁ ଯୋଜନା କରିଥିଲା । ହତ୍ୟା ପରେ ଏହାକୁ ସୁଇସାଇଡ ରୂପ ଦେବାକୁ ମଧ୍ୟ ଯୋଜନା କରିଥିଲେ ଏଥିପାଇଁ ଏକ ହ୍ୱାଟ୍ସଆପ୍ ଗ୍ରୁପ୍ ତିଆରି କରି ସେଥିରେ ସୁଇସାଇଡ ନୋଟ୍ ମଧ୍ୟ ପଠାଇଥିଲେ ।

ପୋଲିସର ସୂଚନା ଅନୂଯାୟୀ, କୋମଲ ବାପା-ମା’ଙ୍କ  ସମ୍ପତ୍ତି ପାଇଁ ପ୍ରେମୀ ରୋହିତ ସହ ହତ୍ୟା କରିଥିଲା । ବଡ଼ କଥା ହେଉଛି ଏଥିପାଇଁ ସବୁ ଯୋଜନା କୋମଲ ନିଜେ କରିଥିଲା । ପ୍ରେମୀ ରୋହିତ କେବଳ ସାହଯ୍ୟ କରିଥିଲା । କୋମଲ ତାଙ୍କର ବାପା-ମା ଏବଂ ଭାଇର ଜୁସ୍ ରେ ନିଶାଦ୍ରବ୍ୟ ମିଶାଇଥିଲେ ଏବଂ ଯେତେବେଳେ ବାପା ମା’ ବେହୋସ ହୋଇଯାଇଥିଲେ ସେମାନେ ତାଙ୍କର ବେକ କାଟି ହତ୍ୟା କରିଥିଲେ, କୋମଲଙ୍କ ଭାଇ ଜୁସ୍ ଭଲ ନଲାଗିବାରୁ ଅଳ୍ପ ପିଇଥିବାରୁ କିଛି ସମୟ ମଧ୍ୟରେ ଉଠିଥିଲା । କିନ୍ତୁ ସେତିକି ବେଳେ ଘଟଣା ପ୍ରଘଟ ହେବା ଭୟରେ ରୋହିତ ସହ ପଳାଇଯାଇଥିଲେ ଏବଂ ଫଛରେ ଘରକୁ ଫେରିଥିଲେ ।

ତେବେ ପ୍ରଥମେ କୋମଲ ଘଟଣାରେ ପୋଲିସକୁ ଭୁଅାଁ ବୁଲାଉଥିଲେ ବି ପରେ ସବୁ ସତକଥା ମାନିଯାଇଥିଲା । ଆଉ ଘଟଣା ସାମ୍ନାକୁ ଆସିବା ପରେ ଏବେ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.