fbpx

ପୂର୍ବତନ ସରପଞ୍ଚଙ୍କୁ ବିଭତ୍ସ ହତ୍ୟା, ଛେଣ୍ଡିପଦା ଜେରେଙ୍ଗ ଗାଁରେ ଏହି ଅଭାବନୀୟ ଘଟଣା

Advertisement

ଅନୁଗୁଳ: ପୂର୍ବତନ ସରପଞ୍ଚଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯିବା ଘଟଣା ସାମ୍ନାକୁ ଆସିଛି । ଗାଁ ଦାଣ୍ଡରୁ ରକ୍ତାତ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ବିଭୂତି ଭୂଷଣ ଗଡ଼ନାୟକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହି ବୀଭତ୍ସ ହତ୍ୟାକାଣ୍ଡ ଛେଣ୍ଡିପଦା ଜେରେଙ୍ଗ ଗାଁରେ ଘଟିଥିବା ଜଣାପଡିଛି । ରାଜନୈତିକ ଶତ୍ରୁତାରୁ ହତ୍ୟା ସନ୍ଦେହ କରାଯାଉଛି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନର ପୂର୍ବ ଦିନ ଅର୍ଥାତ ମେ’ ୨୪ ତାରିଖ ଦିନ ଅନୁଗୁଳୁ ଛେଣ୍ଡିପଦାରେ ନିର୍ବାଚନ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା । ହଣ୍ଡିଗୁଡା ଗାଁରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଖଣ୍ଡା ଓ କଟୁରୀରେ ହଣାକଟା ହୋଇଥିଲା । ଏହି ସଂଘବଦ୍ଧ ଆକ୍ରମଣରେ ଜଣେ ଗୁରୁତର ଥିଲେ । ଗୁରୁତର ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

Get real time updates directly on you device, subscribe now.