fbpx

ଭାରତ ସୀମାରୁ ଠାବ ହେଲା ପାକିସ୍ତାନୀ ସୁଡଙ୍ଗ

ଜମ୍ମୁ,୨୯ ।୮: ଜାମ୍ମୁ ଓ କାଶ୍ମୀରର ଶାମ୍ବା ସେକ୍ଟରରେ ଏକ ବଡ ପାକିସ୍ତାନୀ ସୁଡ଼ଙ୍ଗ ଠାବ କରାଯାଇଛି । ପାକିସ୍ତାନରୁ ଶାମ୍ବା ଯାଏଁ ଏହି ସୁଡଙ୍ଗ ତିଆରି କରାଯାଇଥିବା ସୂଚନା ମିଳିଛି । ବିଏସଏଫର କହିବା ମୁତାବକ, ୧୫୦ ମିଟ ଲମ୍ବା ଏହି ସୁଡଙ୍ଗର ଗଭୀରତା ରହିଛି ୨୫ ଫୁଟ । ଶକରଗଡ ଓ କରାଚୀ ଲେଖାଥିବା କିଛି ବାଲି ଭର୍ତ୍ତି ଥଳି ଏଥିରେ ବ୍ୟବହୃତ ହୋଇଛି । ପାକିସ୍ତାନୀ ସେନା ଶିବିରଠୁ ୪୦୦ ମିଟର ଦୂରରେ ସୁଡଙ୍ଗର ଆରମ୍ଭ ହୋଇଛି । ପାକିସ୍ତାନ ପଟୁ ଅନୁପ୍ରବେଶ ପାଇଁ ସୁଡଙ୍ଗ କରାଯାଇଥିବା ବିଏସଏଫ ସୂଚନା ଦେଇଛି । ଏହି ସୁଡଙ୍ଗ ପଛରେ ପାକିସ୍ତାନର ଷଡ଼ଯନ୍ତ୍ର ଥିବା ଆଶଙ୍କା କରାଯାଉଛି। ଅନ୍ୟ ସମ୍ଭାବ୍ୟ ସୁଡଙ୍ଗର ଅବସ୍ଥିତି ସମ୍ପର୍କରେ ବିଏସଏଫର ତଲାସି ଜାରି ରହିଛି ।

Get real time updates directly on you device, subscribe now.