fbpx

ଅଟାରୀ ବର୍ଡରେ ବିଏସଏଫ ଯବାନ ଖସାଇଲେ ପାକିସ୍ତାନୀ ଡ୍ରୋନ୍, ୧୦ କିଲୋ ହେରୋଇନ ଜବତ

ପାକିସ୍ତାନରୁ ଭାରତକୁ ଅନୁପ୍ରବେଶ କରୁଥିବା ଏକ ଡ୍ରୋନକୁ ମାରି ଖସାଇଛନ୍ତି ବିଏସଏଫ ଯବାନ । ସୀମା ସୁରକ୍ଷା ବଳ (ବିଏସଏଫ) ସୋମବାର ପଞ୍ଜାବ ଅମୃତସରରେ ଅନ୍ତରାଷ୍ଟ୍ରୀୟ ସୀମା ଅଟାରୀ ନିକଟରେ ଏକ ପାକିସ୍ତାନୀ ଡ୍ରୋନକୁ ମାରି ଖସାଇଛନ୍ତି ଏହି ଡ୍ରୋନରୁ ୯ ପ୍ୟାକେଟ ହେରୋଇନ ଜବତ ମଧ୍ୟ ହୋଇଛି । ଜବତ ହୋଇଥିବା ହେରୋଇନର ଓଜନ ୧୦ କିଲୋ ରହିଛି ।

ଏନେଇ ଏକ ଟ୍ୱିଟ୍ ଜରିଆରେ ବିଏସଏଫ୍ ଘଟଣାର ପୁଷ୍ଟି କରିଛି । ବିଏସଏଫ ତରଫରୁ କୁହାଯାଇଛି ଯେ ଡ୍ରୋନ ଜରିଆରେ ପାକ୍ ର ଚୋରା ଚାଲାଣକୁ ପୁଣି ଥରେ ନାକାମ କରିଯାଇଛି । ବିଏସଏଫର ସତର୍କ ଯବାନ ପାକ୍ ରୁ ଆସୁଥିବା ଡ୍ରୋନ ଉପରେ ଆକ୍ରମଣ କରିଥିଲେ ଏବଂ ତାକୁ ଖସାଇଛନ୍ତି । ଡ୍ରୋନରେ ଏକ ବ୍ୟାଗ ରହିଥିଲା ଯେଉଁଥିରେ ୯ ଟି ପ୍ୟାକେଟରେ ପ୍ରାୟ ୧୦ କିଲୋ ଓଜନର ହେରୋଇନ ରହିଥିଲା ।

ଏକ ରିପୋର୍ଟ ଅନୂଯାୟୀ ପାକିସ୍ତାନୀ ଏଜେନ୍ସୀ ଆଇଏସଆଇ ସୀମାବର୍ତ୍ତୀ ଗାଁମାନଙ୍କରେ କୃଷକ ଏବଂ ଯୁବକଙ୍କୁ ଲୋଭ ଦେଖାଇ ନିଶାର ସୌଦାଗର କରିବାରେ ଲାଗିଛି । ଆଇଏସଆଇ ୧୪ ଏଭଳି ନାମୀ ଚୋରାଚାଲାଣକାରୀଙ୍କୁ ଏଥିପାଇଁ ନିୟୋଜିତ ମଧ୍ୟ କରିଛି, ଯେଉଁମାନେ ଏହି କାମ ପରିଚାଳିତ କରୁଛନ୍ତି । ନିକଟରେ ଚାରି ଆତଙ୍କୀ ଆରଡିଏକ୍ସ ସହ ଧରାପଡ଼ିଥିଲେ ଏବଂ ପଚରାଉଚାର ପରେ ସେମାନେ ପଞ୍ଜାବର ବିଭିନ୍ନ ସ୍ଥାନରେ ୧୪ କିଲୋ ହେରୋଇନ୍ ପହଞ୍ଚାଇଥିବା ନେଇ କହିଥିଲେ ।

ହରିୟାଣା ପୋଲିସ ଦାବି କରିଥିଲା ଯେ ପାକିସ୍ତାନରେ ଥିବା ଆତଙ୍କବାଦୀ ହରବିନ୍ଦର ସିଂହ ଓରଫ୍ ରିନ୍ଦାର ନିର୍ଦ୍ଦେଶରେ ଡ୍ରୋନ ଜରିଆରେ ତସ୍କରୀ ହେଉଛି, ଆଉ ଏହି ଡ୍ରୋନକୁ ଯବାନ ମାନେ ଅଟକାଇବାରେ ସଫଳ ହୋଇଛନ୍ତି ।

Get real time updates directly on you device, subscribe now.