fbpx

ଜଣେ ପୁରୁଷର ୪ ଜଣ ପତ୍ନୀ ରହିବା ଉଚିତ୍: କ’ଣ ପାଇଁ ଭଗବାନ ବୁଦ୍ଧ ଏପରି କହିଥିଲେ, ଜାଣନ୍ତୁ ଏହା ପଛର କାହାଣୀ

ନୂଆଦିଲ୍ଲୀ: ଆଜି ଲୋକମାନେ ବୁଦ୍ଧ ପୂର୍ଣ୍ଣିମା ମନାଉଥିବା ବେଳେ ଅଧିକାଂଶ ଲୋକ ବୁଦ୍ଧଙ୍କ ସତ ବାଣୀର ଅସଲ ତାତ୍ପର୍ୟ୍ୟ ବିଷୟରେ ଅଜ୍ଞ ଥାଆନ୍ତି । ଅହିଂସା, କରୁଣା ଓ ସମଗ୍ର ବିଶ୍ୱକୁ ଶାନ୍ତିର ସନ୍ଦେଶ ଦେବା ପାଇଁ ବୁଦ୍ଧ ସର୍ବଜନବିଦିତ ଅଟନ୍ତି । ଜଣେ ପୁରୁଷର ୪ ଜଣ ପତ୍ନୀ ରହିବା ଦରକାର ବୋଲି ବୁଦ୍ଧ କହିଥିଲେ । ତେବେ ଏହା ପଛରେ ଏକ ଆଶ୍ଚର୍ୟ୍ୟଜନକ କାହାଣୀ ରହିଛି । ବୁଦ୍ଧଙ୍କ ପ୍ରାରମ୍ଭିକ ଉପଦେଶର ୩୨ଟି ଅଗମ ସୂତ୍ରରୁ ଗୋଟିଏ କାହାଣୀ ବିଷୟରେ ଏଠାରେ ଉଲ୍ଲେଖ କରାଯାଇଛି ।

ଜଣେ ବ୍ୟକ୍ତିଙ୍କର ଚାର ଜଣ ପତ୍ନୀ ଥିଲେ । ଯୁବକ ଜଣଙ୍କର ତାଙ୍କ ସ୍ତ୍ରୀଙ୍କୁ ବହୁତ ପ୍ରେମ କରୁଥିଲେ । ସମୟକ୍ରମେ ସେ ରୋଗରେ ପଡ଼ିଲେ ଓ ପତ୍ନୀଙ୍କୁ କହିଲେ, ପ୍ରିୟେ ତୁମେ ମୋ ସହିତ ସ୍ୱର୍ଗକୁ ଚାଲ । ପତ୍ନୀ କହିଲେ, ତୁମେ ମୋତେ ବହୁତ ପ୍ରେମ କରୁଥିଲ । ଏବେ ଆମର ଅଲଗା ହେବାର ସମୟ ଆସି ଯାଇଛି । ଏହାପରେ ଯୁବକ ଜଣଙ୍କ ଦ୍ୱିତୀୟ ପତ୍ନୀଙ୍କୁ ସମାନ କଥା କହିଲେ । ମାତ୍ର ଦ୍ୱିତୀୟ ପତ୍ନୀ କହିଲେ, ଆପଣଙ୍କ ପ୍ରଥମ ପତ୍ନୀ ଆପଣଙ୍କ ସହ ଗଲେ ନାହିଁ, ମୁଁ କିପରି ଯିବି ।

ଏହାପରେ ଯୁବକ ଜଣଙ୍କ ତୃତୀୟ ପତ୍ନୀଙ୍କୁ ସମାନ କଥା କହିଲେ । ତୃତୀୟ ପତ୍ନୀ କହିଲେ, ମୁଁ ଆପଣଙ୍କ ଦୁଃଖରେ ଦୁଃଖୀ, ମାତ୍ର ଆପଣଙ୍କ ସାଥୀରେ ଯାଇ ପାରିବି ନାହିଁ । ଏହାପରେ ଯୁବକ ଚତୁର୍ଥ ପତ୍ନୀଙ୍କୁ ସମାନ ପ୍ରଶ୍ନ ପଚାରିଥିଲେ । ମାତ୍ର ଚତୁର୍ଥ ପତ୍ନୀ ସଙ୍ଗେସଙ୍ଗେ ତାଙ୍କ ସ୍ୱାମୀଙ୍କ ସହ ଯିବାକୁ ରାଜି ହୋଇଯାଇଥିଲେ । ଏହି କାହାଣୀର ନାମ ହେଉଛି ‘ଏକ ଆଦମୀ ଔର ଉସକୀ ଚାର ପତ୍ନୀଆଁ’ ।

ଏହାର ଅର୍ଥ ହେଉଛି, ପ୍ରତ୍ୟେକ ପୁରୁଷ ଓ ମହିଳାଙ୍କର ୪ ପତି ବା ପତ୍ନୀ ରହିଥାନ୍ତି । ପ୍ରଥମ ପତ୍ନୀ- ଆମର ଶରୀର । ଦ୍ୱିତୀୟ ପତ୍ନୀ- ଆମର ଭାଗ୍ୟ, ଧନ, ସମ୍ପତ୍ତି, ପଦ, ଚାକିରି । ତୃତୀୟ ପତ୍ନୀ- ଆମର ସମ୍ପର୍କୀୟ । ଚତୁର୍ଥ ପତ୍ନୀ- ଆମର ମନ ବା ଚେତନା ।

Get real time updates directly on you device, subscribe now.