fbpx

ଗହମ ରପ୍ତାନୀ ଉପରେ ବ୍ୟାନ ଘୋଷଣା ପରେ ଅସନ୍ତୋଷ ଚାଷୀ: ୟୁରୋପୀୟ ବଜାରରେ ହଲଚଲ

ନୂଆଦିଲ୍ଲୀ: ଗହମ ରପ୍ତାନୀ ଉପରେ ଭାରତର ପ୍ରତିବନ୍ଧକ ପରେ ୟୁରୋପୀୟ ବଜାରରେ ଗହମର ମୂଲ୍ୟ ଆକାଶ ଛୁଆଁ ହୋଇଛି । ସୋମବାର ୟୁରୋପୀୟ ବଜାର ଖୋଲିବା ସହ ଗହମର ପ୍ରତି ଟନ ମୂଲ୍ୟ ୪୩୫ ୟୁରୋ(୩୫,୨୭୫ଟଙ୍କା)ରେ ପହଞ୍ଚିଛି । ଚଳିତ ବର୍ଷ ଫେବୃୟାରୀରେ ୟୁକ୍ରେନ ବିରୁଦ୍ଧରେ ରୁଷର ଯୁଦ୍ଧ ଘୋଷଣା ଏବଂ ଏହା ଏଗ୍ରୀକଲଚର ପାୱାର ହାଉସ ଉପରେ ଆକ୍ରମଣ ପରେ ବୈଶ୍ୱିକ ସ୍ତରରେ ଗହମର ଚାହିଦା ପୂରଣ ହେବା ଉପରେ ଆଶଙ୍କା ସୃଷ୍ଟି ହୋଇଛି । ତେଣୁ ଗହମର ମୂଲ୍ୟରେ ବୃଦ୍ଧି ହୋଇଛି ।

ଗତ ବର୍ଷ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା । ସମାନ ଅବଧିରେ ବୈଶ୍ୱିକ ବଜାରର ଗହମ ରପ୍ତାନୀରେ ଏହି ଦୁଇ ଦେଶର ଯୋଗଦାନ ୧୨ ପ୍ରତିଶତ ରହିଥିଲା । ସାରା ଦୁନିଆରେ ଖାଦ୍ୟର ଅଭାବ ଏବଂ ଖରିଫ ଫସଲ ଯୋଗୁଁ ବୈଶ୍ୱିକ ସ୍ତରରେ ଦରଦାମ ବୃଦ୍ଧି ପାଇଛି। ଗରିବ ଦେଶରେ ସ୍ଥିତି ଅଣାୟତ ଏବଂ ସାମାଜିକ ଅଶାନ୍ତିର ଆଶଙ୍କା ମଧ୍ୟ ସୃଷ୍ଟି କରିଛି।

ଗହମ ଉତ୍ପାଦନରେ ବିଶ୍ୱର ଦ୍ୱିତୀୟ ସବୁଠୁ ବଡ଼ ଦେଶ ଭାରତ ଶନିବାର କହିଥିଲା, ମାର୍ଚ୍ଚରେ ରେକର୍ଡ ଗରମରୁ ଦୃଷ୍ଟିରେ ରଖି ରପ୍ତାନୀ ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି। ବୟାନ ଅନୁସାରେ, ଗହମର ଉତ୍ପାଦନ ଏବଂ ବୈଶ୍ୱିକ ବଜାରରେ ମୂଲ୍ୟ ବଦ୍ଧିକୁ ନଜରେ ରଖି ଭାରତ ନିଜର ୧.୪ ବିଲିୟନ ଲୋକଙ୍କ ଖାଦ୍ୟ ସୁରକ୍ଷାକୁ ନେଇ ଚିନ୍ତିତ ଅଛି ।

Get real time updates directly on you device, subscribe now.