fbpx

କେନ୍ଦ୍ର ବଜେଟ୍ ୨୦୨୨-୨୩ Live Updates: ଜାଣନ୍ତୁ କେଉଁ କ୍ଷେତ୍ର ପାଇଁ କେତେ ବ୍ୟୟବରାଦ ?

AAKASH

ନୂଆଦିଲ୍ଲୀ: ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆଜି ବଜେଟ୍ ଉପସ୍ଥାପନ କରିଛନ୍ତିି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କରୋନା କାଳରେ କେନ୍ଦ୍ରର ଏହି ସାଧାରଣ ବଜେଟ୍ ଉପରେ ସମସ୍ତଙ୍କ ଆଶା ରହିଛି । ବଜେଟକୁ କ୍ୟାବିନେଟ୍ ପକ୍ଷରୁ ମଧ୍ୟ ମଞ୍ଜୁରୀ ମିଳିଛି ।

– ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୯.୨% ରହିଛି । ଡିବିଟି ଜରିଆରେ ଲୋକଙ୍କ ଆକାଉଣ୍ଟକୁ ସିଧା ଟଙ୍କା ପହଞ୍ଚା ଯାଉଛି । ସ୍ୱାସ୍ଥ୍ୟ ଭିତ୍ତିଭୂମି, ତ୍ୱରିତ ଟିକାକରଣକୁ ସରକାର ଗୁରୁତ୍ୱ ଦେଉଛନ୍ତି । ଆତ୍ମନିର୍ଭର ଭାରତ ଜରିଆରେ ୬୦ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି କରାଯାଉଛି ।

– ପ୍ରତିରକ୍ଷା ବଜେଟର ୨୫% ଅର୍ଥ ଗବେଷଣାରେ ଖର୍ଚ୍ଚ ହେବ । ପ୍ରତିରକ୍ଷା କ୍ଷେତ୍ରରେ ୬୮% ଯାଏଁ ଘରୋଇ ଭାଗିଦାରୀ ରହିପାରିବ । ପ୍ରତିରକ୍ଷା ଉପକରଣ ଆମଦାନୀ ହ୍ରାସ କରାଯିବ ।

– PM ଆବାସ ଯୋଜନାରେ ତିଆରି ହେବ ୮୦ ଲକ୍ଷ ପକ୍କା ଘର ।

– ନୀଳାଚଳ ଇସ୍ପାତ ନିଗମ ଲି. ବିନିବେଶ ଚୂଡ଼ାନ୍ତ କରାଯାଇଛି । ସମାଜର ସବୁ ବର୍ଗର ଲୋକଙ୍କ ଉନ୍ନତି ପାଇଁ ବଜେଟରେ ବ୍ୟବସ୍ଥା କରାଯାଇଛି । ସମସ୍ତ ଗମନାଗମନ ବ୍ୟବସ୍ଥା ପାଇଁ ‘ପିଏମ ଗତିଶକ୍ତି’ ଆରମ୍ଭ ହେଉଛି । ରେଳ, ରୋଡ୍, ଏୟାରୱେଜ୍, ୱାଟରୱେଜ ପାଇଁ ରହିଛି ପିଏମ ଗତିଶକ୍ତି । ଲୋକଙ୍କୁ ନିର୍ବିଘ୍ନ ଯାତାୟତ ପାଇଁ ସରକାର ପ୍ରାଧାନ୍ୟ ଦେଉଛନ୍ତି । ୪୦୦୦ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ୩ ବର୍ଷରେ କାର୍ଯ୍ୟକ୍ଷମ ହେବ ।

– ଚାଷୀଙ୍କୁ ଉତ୍ପାଦ ଖାଦ୍ୟ ପାଇଁ ୨.୩୭ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯିବ । ଫସଲ ନିରୀକ୍ଷଣ, ରୋଗପୋକ ନିୟନ୍ତ୍ରଣ ପାଇଁ ଡ୍ରୋନ ଉପଯୋଗୀ ହେବ ।

– ୫ଟି ନଦୀ ସଂଯୋଗୀକରଣ ପ୍ରକଳ୍ପ ପାଇଁ ବଜେଟରେ ବ୍ୟବସ୍ଥା ହୋଇଛି । ୨୦୨୨-୨୩ରେ ଆଉ ୨୫ ହଜାର କିମି ହାଇୱେ ନିର୍ମାଣ କରିବାର ଲକ୍ଷ୍ୟ ରଖାଯାଇଛି ।

– ସ୍କୁଲ ପିଲାଙ୍କ ପାଇଁ ପିଏମ୍-ଇ-ବିଦ୍ୟା କାର୍ଯ୍ୟକ୍ରମ ଆରମ୍ଭ ହେବ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଠପଢ଼ା ଟିଭି ଜରିଆରେ ହେବ । ଦେଶରେ ପ୍ରତିଷ୍ଠା ହେବ ଡିଜିଟାଲ ୟୁନିଭର୍ସିଟି । ଆଞ୍ଚଳିକ ଭାଷାରେ ପିଲାଙ୍କ ପାଠପଢ଼ା ପାଇଁ ୨ ଶହ ଚ୍ୟାନେଲ ହେବ । ନ୍ୟାସନାଲ ଟେଳି ମେଣ୍ଟାଲ ହେଲଥ କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ନିମହାନ୍ସ ସହାୟତାରେ ଟେଳଇ ମେଣ୍ଟାଲ ହେଲଥ ଆରମ୍ଭ କରାଯିବ ।

– ଏହା ସହ ଅଙ୍ଗନାବାଡ଼ିକୁ ଅଧିକ ସୁଦୃଢ଼ କରାଯିବ । ସକ୍ଷମ ଯୋଜନାରେ ଅଙ୍ଗନୱାଡି କେନ୍ଦ୍ରର ଉନ୍ନତିକରଣ ହେବ । ଏହି ଯୋଜନାରେ ଦେଶରେ ୨ ଲକ୍ଷ ଅଙ୍ଗନାବାଡ଼ିକୁ ଅପଗ୍ରେଡ କରାଯିବ ।

– ଆର୍ଥିକ ବର୍ଷ ୨୦୨୨-୨୩ରେ ୩ କୋଟି ୨୮ ଲକ୍ଷ ଘରକୁ ପାନୀୟ ଜଳ ଯୋଗାଣ କରାଯିବ । ପିଏମ ଆବାସ ଯୋଜନା ପାଇଁ ୪୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ନର୍ଥଇଷ୍ଟ ପାଇଁ ନୂଆ ଯୋଜନା ପିଏମ ଡେଭଲପମେଣ୍ଟ ସ୍କିମ ଆରମ୍ଭ ହେବ ।

– ୧୧୨ ଆକାଂକ୍ଷୀ ଜିଲ୍ଲା ଲକ୍ଷ୍ୟରେ ୯୫% ସଫଳ ହୋଇଛନ୍ତି । କିଛି ଆକାଂକ୍ଷୀ ଜିଲ୍ଲା ଅନ୍ୟ ବିକଶିତ ଜିଲ୍ଲାକୁ ବି ପଛରେ ପକାଇ ଦେଇଛନ୍ତି । ତେବେ କିଛି ଜିଲ୍ଲାର କିଛି ବ୍ଲକ ଏବେ ବି ପଛୁଆ ରହିଛନ୍ତି । ସେହି ପଛୁଆ ବ୍ଲକର ବିକାଶ ପାଇଁ ବିଶେଷ କାର୍ଯ୍ୟକ୍ରମ ହାତକୁ ନିଆଯିବ ।

-୫ଜି ସେବା ପାଇଁ ସ୍ପେକ୍ଟ୍ରମ୍ ଆହ୍ୱାନ । ଇ-ଭେଇକିଲ୍ ପ୍ରୋତ୍ସାହନ ପାଇଁ ବ୍ୟାଟେରୀ ସ୍ୱାପିଂ ପଲିସି ଆସିବ । ୨୦୨୨-୨୩ରେ ୫ଜି ସେବା ପାଇଁ ସ୍ପେକ୍ଟ୍ରମ୍ ଆହ୍ୱାନ କରାଯିବ । ଭାରତ ନେଟ୍ ପ୍ରୋଜେକ୍ଟ ଜରିଆରେ ୨୦୧୫ ସୁଦ୍ଧା ସବୁ ଗାଁକୁ ଅପ୍ଟିକାଲ୍ ଫାଇବର୍ । ସ୍ପେଶାଲ୍ ଇକୋନୋମିକ୍ ଜୋନରେ ପରିବର୍ତ୍ତନ କରାଯିବ । ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ପାଇଁ ଘରୋଇ କମ୍ପାନୀ କୁ ପ୍ରୋତ୍ସାହିତ କରାଯିବ ।

-୬୮% ପ୍ରତିରକ୍ଷା ସାମଗ୍ରୀ ଲୋକାଲ୍ ମାର୍କେଟ୍ ରୁ କିଣାଯିବାକୁ ନିଷ୍ପତ୍ତି । ୨୦୩୦ ସୁଦ୍ଧା ୨୮୦ ଗିଗାୱାଟ୍ ସୋଲାର୍ ଏନର୍ଜି ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଛି । ସୋଲାର୍ ଏନର୍ଜି ଶିଳ୍ପ ପାଇଁ ଚଳିତ ବର୍ଷ ୧୯,୫୦୦ କୋଟି ବ୍ୟୟବରାଦ ।

-ଚଳିତ ବର୍ଷ ଇ-ପାସପୋର୍ଟ ଜାରି କରାଯିବ । ନାଗରିକଙ୍କ ପାଇଁ ଏହା ଜରିଆରେ ସୁବିଧା ପାଇପାରିବେ । ୨୦୨୨-୨୩ରେ ୬୦ କିଲୋମିଟର୍ ଲମ୍ବା ୮ ରୋପୱେ ପ୍ରୋଜେକ୍ଟ ପାଇଁ କଣ୍ଟ୍ରାକ୍ଟ୍ ଦିଆଯାଇଛି ।

-୭୫ ଟି ଜିଲ୍ଲାରେ ୭୫ ଡିଜିଟାଲ ବ୍ୟାଙ୍କ ସ୍ଥାପନ କରାଯିବ । ଏହା ବ୍ୟବସାୟିକ ବ୍ୟାଙ୍କ ଭାବରେ ସ୍ଥାପନ ହେବ । ଯାହାଦ୍ୱାରା ଡିଜିଟାଲ ପେମେଣ୍ଟ୍ କୁ ପ୍ରୋତ୍ସାହନ ମିଳିବ ।

-ବଜେଟରେ ଅର୍ଥମନ୍ତ୍ରୀ ଗ୍ରାମାଞ୍ଚଳରେ ବସବାସ କରୁଥିବା କୃଷକ ଓ ବରିଷ୍ଠ ନାଗରିକଙ୍କୁ ପ୍ରାଧାନ୍ୟ ଦେଇଛନ୍ତି । ସମସ୍ତଙ୍କ ନିକଟରେ ବ୍ୟାଙ୍କିଂ ସେବା ପହଞ୍ଚାଇବା ଉଦ୍ଦେଶ୍ୟରେ ୧.୫ ଲକ୍ଷ ପୋଷ୍ଟ ଅଫିସକୁ କୋର୍ ବ୍ୟାଙ୍କିଂ ସହ ଯୋଡ଼ାଯିବ । ଏହାଫଳରେ ଗ୍ରାହକମାନେ ପୋଷ୍ଟ ଅଫିସରୁ ବ୍ୟାଙ୍କକୁ ସହଜରେ ଟଙ୍କା ପଠାଇ ପାରିବେ । ଏଥିସହ ନେଟ ବ୍ୟାଙ୍କିଂ, ମୋବାଇଲ ବ୍ୟାଙ୍କିଂ, ଏଟିମ ଆଦି ସେବା ମଧ୍ୟ ଉପଲବ୍ଧ ହେବ ।

– ଲଞ୍ଚ ହେବ ଡିଜିଟାଲ କରେନ୍ସି। RBI ଲଞ୍ଚ କରିବ ଡିଜିଟାଲ କରେନ୍ସି ।୨୦୨୨-୨୦୨୩ ଆର୍ଥିକ ବର୍ଷରେ ଲଞ୍ଚ ହେବ ଡିଜିଟାଲ କରେନ୍ସି । ବ୍ଲକ ଚେନ୍ ଟେକ୍ନୋଲୋଜି ଆଧାରରେ ଡିଜିଟାଲ କରେନ୍ସି ।

– ଖୁବ୍‌ ଶୀଘ୍ର ଆସିବ LICର ପବ୍ଲିକ ଇସ୍ୟୁ । ଏୟାର ଇଣ୍ଡିଆ ଓ NINLର ହସ୍ତାନ୍ତରଣ ସମ୍ଭବ ହୋଇଛି । ଏହି ବଜେଟ୍‌ ଅଭିବୃଦ୍ଧି ଲାଗି ସହାୟକ ହେବ । ଭିତ୍ତିଭୂମି ଦିଗରେ ଘରୋଇକରଣକୁ ପ୍ରୋତ୍ସାହନ ଦିଆଯିବ ।

– ମାନସିକ ସମସ୍ୟା ପାଇଁ ନ୍ୟାସନାଲ୍ ଟେଲିମେଣ୍ଟାଲ୍ ହେଲଥ୍ ପ୍ରୋଗାମ୍ ଆରମ୍ଭ କରାଯିବ ବୋଲି କହିଲେ ଅର୍ଥମନ୍ତ୍ରୀ ।

– ସୁରକ୍ଷା ଓ କ୍ଷମତା ବୃଦ୍ଧି କରିବା ପାଇଁ୨୦୦୦ କିମି ରେଳ ନେଟୱର୍କ କୁ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା କବଜ ଆଧାରରେ ଅଣାଯିବ ।

– ଲଞ୍ଚ ହେବ ଡିଜିଟାଲ କରେନ୍ସି । ୨୦୨୨-୨୦୨୩ ଆର୍ଥିକ ବର୍ଷରେ ଲଞ୍ଚ ହେବ ଡିଜିଟାଲ କରେନ୍ସି । ବ୍ଲକ ଚେନ୍ ଟେକ୍ନୋଲୋଜି ଆଧାରରେ ଡିଜିଟାଲ କରେନ୍ସି ।

– କ୍ରିପ୍ଟୋ ଆୟ ଉପରେ ଲାଗିବ ୩୦ ପ୍ରତିଶତ ଟ୍ୟାକ୍ସ । ଡିଜିଟାଲ କରେନ୍ସି ଆୟ ଉପରେ ଲାଗିବ ୩୦% ଟିକସ । ଭର୍ଚୁଆଲ ଡିଜିଟାଲ ଆସେଟ୍ସରେ ୩୦% ଟିକସ ।

– ରାଜ୍ୟଗୁଡ଼ିକୁ ଦିଆଯିବ ୧ ଲକ୍ଷ କୋଟିର ସୁଧମୁକ୍ତ ଋଣ ।

– କୋଅପରେଟିଭ ଟିକସ ୧୫ ପ୍ରତିଶତକୁ ହ୍ରାସ । କୋଅପରେଟିଭ ଟିକସ ପୂର୍ବରୁ ୧୮.୫ ପ୍ରତିଶତ ଥିଲା । କୋଅପରେଟିଭ ଟିକସ ସରଚାର୍ଜ ୭ ପ୍ରତିଶତକୁ ହ୍ରାସ । ରାଜ୍ୟ କର୍ମଚାରୀଙ୍କୁ ଏନପିଏସ୍ ଟିକସର ରିହାତି ସୀମା ୧୦ରୁ ୧୪ ପ୍ରତିଶତକୁ ବୃଦ୍ଧି ପାଇଛି । ଦିବ୍ୟାଙ୍ଗମାନଙ୍କୁ ଟିକସରେ ଦିଆଯିବ ରିହାତି ।

– ଶସ୍ତା ହେବ ଚମଡ଼ା କପଡ଼ା ସାମଗ୍ରୀ । ଗହଣା ଓ ରତ୍ନ ପଥର ଉପରୁ ସୀମା ଶୁକ୍ଳ ୫%କୁ ହ୍ରାସ । ଚମଡ଼ା, କପଡ଼ା ସାମଗ୍ରୀ ଶସ୍ତା ହେବା ନେଇ ବଜେଟରେ ଘୋଷଣା ।

ଦେଖୁଥାନ୍ତୁ ଲାଇଭ୍ ଅପଡେଟ୍…

Get real time updates directly on you device, subscribe now.