fbpx

ବଜେଟକୁ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧ା୨(ଓଡ଼ିଶା ଭାସ୍କର): ଆଜି ୨୦୨୦-୨୧ ପାଇଁ ବଜେଟ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହାପରେ କେନ୍ଦ୍ର ବଜେଟକୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବ୍ୟାଙ୍କ ଜମା ଉପରେ ବୀମା ରାଶି ବୃଦ୍ଧି ନିଷ୍ପତ୍ତି ସ୍ୱାଗତଯୋଗ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହ ଟିକସ କ୍ଷେତ୍ରରେ ହୋଇଥିବା ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । କୃଷି ରେଳ ଓ କୃଷି ଉଡ଼ାଣ ଯୋଜନାକୁ ସ୍ୱାଗତ କରିଛନ୍ତି ନବୀନ । ଜାତୀୟ ସ୍ତରରେ କୃଷି ଉତ୍ପାଦର ଯୋଗାଣରେ ଏହା ସହାୟକ ହେବ । କୁସୁମ ଯୋଜନାରେ ୨୦ଲକ୍ଷ କୃଷକଙ୍କୁ ସୌର ପମ୍ପ ଯୋଗାଣ ସ୍ୱାଗତଯୋଗ୍ୟ । ଡିଡିଟି ହଟାଇ ସିସିଟି ପ୍ରଚଳନକୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ । ସମବାୟ ସମିତିକୁ ଟିକସ ରିହାତି ପାଇଁ ଓଡ଼ିଶା ଦାବି କରିଥିଲା । ନୂଆ ଶିକ୍ଷାନୀତି ଓ ଶିକ୍ଷା କ୍ଷେତ୍ରରେ ଏଫଡ଼ିଆଇକୁ ସ୍ୱାଗତ କରିଛନ୍ତି ନବୀନ ।

Get real time updates directly on you device, subscribe now.