fbpx

୨୪ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା!

ଭୁବନେଶ୍ୱର, ୨ା୨(ଓଡ଼ିଶା ଭାସ୍କର): ଆସନ୍ତା ୨୪ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ୫ଟି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଜିଲ୍ଲାଗୁଡ଼ିକ ହେଉଛି ରାୟଗଡ଼ା, ଗଜପତି, କୋରାପୁଟ, କଳାହାଣ୍ଡି ଏବଂ ମାଲକାନଗିରିର ଗୋଟିଏ ଓ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଆଶଙ୍କା ରହିଛି । ଗତକାଲି ଗୋପାଳପୁରରେ ସର୍ବାଧିକ ୨.୨ମିମି ବର୍ଷା ରେକର୍ଡ଼ କରାଯାଇଛି । ଆସନ୍ତାକାଲି ପାଇଁ ଘନକୁହୁଡ଼ି ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି ହୋଇଛି । ଏହାସହ ଆଗାମୀ ୩ଦିନ ଶୀତର ପ୍ରକୋନ ଅନୁଭୂତ ହେବ ନାହିଁ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.