fbpx

ବିଶ୍ୱ ହିନ୍ଦୁ ମହାସଭା ପ୍ରଦେଶ ଅଧ୍ୟକ୍ଷଙ୍କୁ ଗୁଳି କରି ହତ୍ୟା

ଲକ୍ଷ୍ନୌ, ୨ା୨: ବିଶ୍ୱ ହିନ୍ଦୁ ମହାସଭାର ପ୍ରଦେଶ ଅଧ୍ୟକ୍ଷ ରଞ୍ଜିତ ବଚନଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ସୂଚନା ମିଳିଛି । ସେ ସକାଳେ ମର୍ଣ୍ଣିଂ ୱାକ କରିବାକୁ ଗଲା ବେଳେ ବାଇକରେ ଦୁବୃର୍ତ୍ତ ଆସି ଗୁଳି କରି ହତ୍ୟା କରିଥିବା ଜଣାପଡ଼ିଛି । ରଞ୍ଜିତଙ୍କ ଭାଇଙ୍କ ଦେହରେ ମଧ୍ୟ ଗୁଳି ବାଜିଥିବା ସୂଚନା ରହିଛି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁବୃର୍ତ୍ତ ଗୁଳି ମାରିବା ପଛର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.