fbpx

ବଜେଟ୍‌: ୧ ଟଙ୍କା ଆୟରେ ୩୪ ପଇସା ଋଣ, ୨୦ ପଇସା ଖର୍ଚ୍ଚ ସୁଧରେ ଯିବ, ଜାଣନ୍ତୁ ଜାଣନ୍ତୁ ବଜେଟ୍‌ ଆୟ-ବ୍ୟୟର ପୁରା ହିସାବ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ସଂସଦରେ ସାଧାରଣ ବଜେଟ୍ ଆଗତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବଜେଟ୍‌କୁ ଉନ୍ନତିମୂଳକ ବଜେଟ୍ ଏବଂ ଅମୃତକାଳର ଐତିହାସିକ ବଜେଟ୍ ଭାବେ ଅଭିହିତ କରିଛନ୍ତି। ଏହି ବଜେଟ୍‌ରେ ସରକାର ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ, ସରକାର କେଉଁଠାରୁ କେତେ ଟଙ୍କା ଆଣିବେ ଏବଂ କେତେ ଖର୍ଚ୍ଚ କରିବେ ? ନିର୍ମଳା ସୀତାରମଣ କହିଛନ୍ତି ଯେ, ୨୦୨୩-୨୪ରେ ସରକାର ୪୫ ଲକ୍ଷ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିବେ। ଏହି ବଜେଟ୍ କେବଳ ଆନୁମାନିକ ଅଟେ। ସାଧାରଣତଃ ବଜେଟ୍ ଯେତିକି ଆକଳନ ହୋଇଥାଏ, ପ୍ରକୃତ ଖର୍ଚ୍ଚ ଏହାଟାରୁ ବହୁତ ଅଧିକ ହୋଇଥାଏ।

ଉଦାହରଣ ସ୍ୱରୂପ, ୨୦୨୨-୨୩ ମସିହାରେ ସରକାର ୩୯.୪୪ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବାର ଆକଳନ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଅନୁମାନ କରାଯାଉଛି ଯେ ଏହି ଖର୍ଚ୍ଚ ପ୍ରାୟ ୪୨ ଲକ୍ଷ କୋଟିରେ ପହଞ୍ଚି ସାରିଛି। ତେବେ ସରକାର ଆକଳନ କରିଛନ୍ତି ଯେ ୨୦୨୩-୨୪ ମସିହାରେ ୪୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ, ୨୭.୧୬ ଲକ୍ଷ କୋଟି ଟ୍ୟାକ୍ସ ଏବଂ ଅନ୍ୟାନ୍ୟ ଉତ୍ସରୁ ଆସିବ। କିନ୍ତୁ ବାକି ଖର୍ଚ୍ଚ ପାଇଁ ସରକାର ଋଣ କରିବେ। ସରକାର ଚଳିତ ବର୍ଷ ୧୭.୮୬ ଲକ୍ଷ କୋଟିରୁ ଅଧିକ ୠଣ ନେବେ।

ତେବେ ଯଦି ଏଭଳି ସ୍ଥିତିରେ ଦେଖାଯାଏ, ସରକାର ଯଦି ସରକାର ୧ ଟଙ୍କା ରୋଜଗାର କରନ୍ତି, ତା’ହେଲେ ଏଥିରୁ ୩୪ ପଇସା ଋଣ ଭାବେ ନେବେ। ଏହା ବ୍ୟତୀତ ଜିଏସ୍‌ଟିରୁ ୧୭ ପଇସା ଆସିବ। ଯେଉଁଠାରେ, ୧୫-୧୫ ପଇସା ଆୟକର ଏବଂ କର୍ପୋରେସନ୍ ଟ୍ୟାକ୍ସ ଏବଂ କର୍ପୋରେସନ୍ ଟ୍ୟାକ୍ସରୁ ଆସିବ। ଏକ୍ସାଇଜ୍ ଡ୍ୟୁଟିରୁ ୭ ପଇସା, ଅଣ ଟ୍ୟାକ୍ସ ରାଜସ୍ୱରୁ ୬ ପଇସା, କଷ୍ଟମ ଡ୍ୟୁଟିରୁ ୪ ପଇସା ଏବଂ ପୁଞ୍ଜି ବଜାରରୁ ୨ ପଇସା ଆସିବ।

ସେହିପରି ୧ ଟଙ୍କାର ଖର୍ଚ୍ଚ ଦେଖାଯାଏ, ଏଥିରୁ ୨୦ ପଇସା ନିଆଯାଇଥିବା ଋଣ ଉପରେ ସୁଧ ଦେବା ଦିଗରେ ଯିବ। ଏହା ବ୍ୟତୀତ ରାଜ୍ୟମାନଙ୍କୁ ଟ୍ୟାକ୍ସ ଏବଂ ଡ୍ୟୁଟିର ଅଂଶ ଦେବାରେ ୧୮ ପଇସା ଖର୍ଚ୍ଚ ହେବ। ଏଥି ସହିତ, ୧୭ ପଇସା କେନ୍ଦ୍ରରେ ଏବଂ ୯ ପଇସା କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାରେ ଖର୍ଚ୍ଚ ହେବ। ଏସବୁ ପରେ ୯ ପଇସା ଅର୍ଥ ଆୟୋଗ, ପ୍ରତିରକ୍ଷା ଉପରେ ୮ ପଇସା, ସବସିଡିରେ ୭ ପଇସା, ପେନ୍‌ସନ୍‌ରେ ୪ ପଇସା ଏବଂ ବାକି ୮ ପଇସା ଅନ୍ୟ ସ୍ଥାନରେ ଖର୍ଚ୍ଚ ହେବ।

 

Get real time updates directly on you device, subscribe now.