fbpx

କୌଣସି ଧାର୍ମିକ କାମରେ ସ୍ୱାମୀଙ୍କ ବାମ ପାର୍ଶ୍ୱରେ ବସିଥାନ୍ତି ପତ୍ନୀ: ଜାଣନ୍ତୁ କାରଣ ଓ ଏହାର ମହତ୍ତ୍ୱ

ହିନ୍ଦୁ ଧର୍ମ ଏବଂ ଶାସ୍ତ୍ରରେ ବାମ ପାର୍ଶ୍ୱରେ ପତ୍ନୀ ଏବଂ ମହିଳାଙ୍କ ସ୍ଥାନ ବିଷୟରେ ଉଲ୍ଲେଖ କରାଯାଇଛି । ପୂଜାପାଠ, ଧାର୍ମିକ କାର୍ଯ୍ୟ କିମ୍ବା ବିବାହ ରୀତି ଇତ୍ୟାଦିରେ ସ୍ୱାମୀଙ୍କ ବାମ ପାର୍ଶ୍ୱରେ ବସିଥାନ୍ତି ପତ୍ନୀ । ଏହା ମାନ୍ୟତା ଅଛି ଯେ, ଭଗବାନ ଶିବଙ୍କ ବାମ ଅଙ୍ଗରୁ ମହିଳା ଉତ୍ପନ୍ନ ହୋଇଥିଲେ, ଯାହାର ପ୍ରତୀକ ହେଉଛି ଭଗବାନ ଶିବଙ୍କ ଅର୍ଦ୍ଧନାରୀଶ୍ୱର ଶରୀର । ଏହି କାରଣରୁ ଶାସ୍ତ୍ରରେ ମହିଳାମାନଙ୍କୁ ବାମଙ୍ଗି ଅର୍ଥାତ୍ ବାମ ଅଙ୍ଗର ଅଧିକାରୀ ବୋଲି କୁହାଯାଏ । ବାମଙ୍ଗି ହେବା ପରେ ବି ଶାସ୍ତ୍ରରେ କୁହାଯାଇଛି ଯେ, ମହିଳାମାନେ କେତେକ କାର୍ଯ୍ୟରେ ଡାହାଣ ପାର୍ଶ୍ୱରେ ରହିବା ଉଚିତ୍ । ପତ୍ନୀଙ୍କୁ କେତେବେଳେ ବାମ ପାର୍ଶ୍ୱରେ ବସିବାର ଅଧିକାର ଅଛି ଏବଂ କେତେବେଳେ ଡାହାଣ ପାର୍ଶ୍ୱରେ ବସିବାର ଅଧିକାର ଅଛି ଆସନ୍ତୁ ଜାଣିବା…

ବାମ ପାର୍ଶ୍ୱରେ ବସିବାର ଅଧିକାର:-
ଶାସ୍ତ୍ରରେ କୁହାଯାଇଛି ଯେ, ପତ୍ନୀ ହେଉଛି ସ୍ୱାମୀଙ୍କ ବାମଙ୍ଗି । ସେଥିପାଇଁ ସିନ୍ଦୁରଦାନ, ଆଶୀର୍ବାଦ ନେବାବେଳେ, ଖାଇବାରେ ଏବଂ ବେଡରେ ବାମ ପାର୍ଶ୍ୱରେ ସ୍ତ୍ରୀମାନଙ୍କୁ ଶୋଇବା ଉଚିତ୍ । ଏଥିରେ ଶୁଭ ଫଳାଫଳ ଏବଂ ଭଗବାନଙ୍କ ଆଶୀର୍ବାଦ ମିଳିଥାଏ । ଯଦି ଆପଣ ଦିଗ ଭୁଲିଯାଇଛ, ତେବେ ତୁରନ୍ତ ଭଗବାନଙ୍କଠାରୁ କ୍ଷମା ମାଗନ୍ତୁ ।

ଡାହାଣ ପାର୍ଶ୍ୱରେ ଅଧିକାର :-
ବାମ ପାର୍ଶ୍ୱରେ ଅଧିକାର ପାଇବା ସତ୍ତ୍ୱେ ଶାସ୍ତ୍ରରେ କୁହାଯାଇଛି ଯେ, ମହିଳା କିମ୍ବା ସ୍ତ୍ରୀମାନେ କିଛି କାର୍ଯ୍ୟ ଏବଂ ସ୍ଥାନରେ ଡାହାଣ ପାର୍ଶ୍ୱରେ ରହିବା ଉଚିତ୍ । କନ୍ୟାଦାନ, ଯଜ୍ଞକାମ, ଜାତକର୍ମ, ବିବାହ ସମୟରେ, ନାମକରଣ ସମୟରେ ମହିଳା ଏବଂ ସ୍ତ୍ରୀମାନଙ୍କୁ ଡାହାଣ ପାର୍ଶ୍ୱରେ ବସିବା ଉଚିତ୍ । ବିଶ୍ୱାସ କରାଯାଏ ଯେ, ଯଦି ବସିବାର ଦିଗ ଠିକ୍ ନରୁହେ ତେବେ ପୂଜାପାଠର ଫଳାଫଳ ସଂପୂର୍ଣ୍ଣ ରୂପେ ହାସଲ ହୁଏ ନାହିଁ ।

Get real time updates directly on you device, subscribe now.