fbpx

ମମତା ଆଧାରରେ ହେବ ବଜେଟ୍

ଭୁବନେଶ୍ୱର,୧୫ ।୧: ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ପୂର୍ବତନ ଅର୍ଥମନ୍ତ୍ରୀ, ସିଏସ ଓ ଅର୍ଥ ବିଶାରଦଙ୍କ ମଧ୍ୟ ମତ ଏଥିରେ ନିଆଯାଇଛି । ସାଧାରଣ ଲୋକଙ୍କ ୧୫୦୦ ମତାମତ ଆସିଛି । ସମସ୍ତ ମତାମତ ଆଧାରରେ ବଜେଟ୍ ପ୍ରସ୍ତୁତ ହେବ ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ।

ଅନ୍ୟପଟେ ପ୍ରାକ୍ ବଜେଟ୍ ପ୍ରସ୍ତୁତି ପରେ ପ୍ରଫୁଲ୍ଲ ଘଡାଉ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ କେନ୍ଦ୍ରରୁ ଅଧିକ ଅର୍ଥ ମିଳିବନି । ଅଭିବୃଦ୍ଧି ହାର ବୃଦ୍ଧି ଯୋଗୁଁ ରାଜ୍ୟରେ ମାନ୍ଦାବସ୍ଥା ନାହିଁ । ଚଳିତଥର ବଜେଟରେ ଆକାର ବଢିବା ସମ୍ଭାବନା ରହିଛି । ଟିକସ ବଢାଇବା ପରିବର୍ତ୍ତେ ବଡ ଅନୁଷ୍ଠାନରୁ ବକେୟା ଟିକସ ଆଦାୟ ହେଉ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.