fbpx

ଆଜିଠୁ ବୁଧ ଉଦୟ, ବଦଳିବ ଏହିସବୁ ରାଶିମାନଙ୍କ ଭାଗ୍ୟ; ଚାକିରୀ ଏବଂ ବ୍ୟବସାୟରେ ମିଳିବ ଅନେକ ଲାଭ

Advertisement

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ନକ୍ଷତ୍ରଙ୍କ ପରିବର୍ତ୍ତନ ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ ହୋଇଥାଏ । ଫଳରେ ଏହା ପ୍ରତ୍ୟେକ ବ୍ୟକ୍ତିମାନଙ୍କ ଉପରେ କିଛି ନା କିଛି ପ୍ରଭାବ ପକାଇଥାଏ । ଯାହାଫଳରେ କିଏ ଜୀବନରେ ୍ନେକ ସଫଳତା ହାସଲ କରେ ତ ଆଉ କିଏ ବିଭିନ୍ନ ସମସ୍ୟା ଦେଇ ଗତିକରେ । ତେବେ ଶାସ୍ତ୍ର ଅନୁସାରେ ଆଜି ସକାଳ ୫ ଟା ୧୫ ମିନିଟରେ ବୁଧ ଗ୍ରହ ଧନୁ ରାଶିରେ ଉଦୟ ହୋଇଥିବା ବେଳେ ସେ ଫେବୃଆରୀ ୭ ତାରିଖ ମଙ୍ଗଳବାର ଦିନ ମକର ରାଶିରେ ପ୍ରବେଶ କରିବେ । ଫଳରେ ଉଭୟ ସୂର୍ଯ୍ୟ ଏବଂ ବୁଧ ଗୋଟିଏ ରାଶିରେ ବିରାଜମାନ କରିବେ । ଯାହାର ପ୍ରଭାବ ସମସ୍ତ ୧୨ ଟି ରାଶି ଉପରେ ପଡିବ । କିନ୍ତୁ ଖାସ କରି ୪ବ ଟି ରାଶି ଉପରେ ଏହାର ପ୍ରଭାବ ଅଧିକ ପଡିବ । ଫଳରେ ଏହି ରାଶିର ବ୍ୟକ୍ତିମାନେ ଜୀବନରେ ୍ନେକ ସଫଳତା ପାଇବା ସହ ବେପାର ବାଣିଜ୍ୟ ଏବଂ ଚାକିରୀରେ ଉନ୍ନତି ହାସଲ କରିବେ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ୪ ରାଶିମାନଙ୍କ ବିଷୟରେ…

ମିଥୁନ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହ ଧନୁ ରାଶିରେ ପ୍ରବେଶ ହେବା ଦ୍ୱାରା ଏହା ମିଥୁନ ରାଶିର ବ୍ୟକ୍ତିମାନଙ୍କୁ ଅନେକ ଶୁଭ ଫଳ ପ୍ରଦାନ କରିବ । ଫଳରେ ଚାକିରୀ କରୁଥିବା ବୟକ୍ତିମାନଙଅକ ପାଇଁ ଲାଭ ଦାୟକ ପ୍ରମାଣିତ ହେବା ସହ କର୍ମକ୍ଷେତ୍ର ସେମାନଙ୍କ ଗୁରୁତ୍ୱ ବୃଦ୍ଧି ପାଇବ । ଏଥିସହିତ ବେପାର ବାଣିଜ୍ୟ କରୁଥିବା ବ୍ୟକ୍ତିମାନେ ମଧ୍ୟ ଲାଭବାନ ହେବାର ଯୋଗ ରହିଛି ।

ସିଂହ: ଶାସ୍ତ୍ର ଅନୁସାରେ ବୁଧ ଗ୍ରହଙ୍କ ଉଦୟ ସିଂହ ରାଶିର ବୟକ୍ତିମାନଙଅକୁ ଆସ୍ୱସ୍ତି ପ୍ରଦାନ କରିବ । ଫଳରେ ଏହି ରାଶିର ବ୍ୟକ୍ତିମାନେ ଚିନ୍ତାରୁ ଦୂରେଇ ରହିବା ସହ ସ୍ୱାସ୍ଥ୍ୟ ମଧ୍ୟ ଭଳ ରହିବ । ଏଥିସହିତ ବେପାର ବାଣିଜ୍ୟକରୁଥିବା ବ୍ୟକ୍ତିମାନେ ଏହି ଅବଧି ମଧ୍ୟରେ ଲାଭବାନ ହେବାର ସମ୍ଭାବନା ରହିଛି । ଏଥିସହିତ ଯେଉଁ ବିଦ୍ୟାର୍ଥୀମାନେ ବିଦେଶ ଯାତ୍ରା କରିବାକୁ ସ୍ୱପ୍ନ ଦେଖୁଛନ୍ତି ତାହା ସଫଳ ହେବାର ମଧ୍ୟ ଯୋଗ ରହିଛି ।

ତୁଳା: ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ବୁଧ ଉଦୟ ଅନେକ ସଫଳତା ପ୍ରଦାନ କରିବ । ଫଳରେ ହଠାତ୍ ଧନ ପ୍ରାପ୍ତି ହେବାସହ ବିଜନେସ୍ କରିଥିବା ବ୍ୟକ୍ତିମାନେ ଲାଭାବନା ହେବେ । ସେହିପରି ଚାକିରୀ କରୁଥିବା ବ୍ୟକ୍ତିମାନଙ୍କୁ ନୂତନ ଚାକିରୀ ମିଳିବାର ଯୋଗ ରହିଛି ।

ବିଚ୍ଛା: ବୁଧଗ୍ରହର ଉଦୟ ହେବା ଦ୍ୱାରା ବିଚ୍ଛା ରାଶିର ବ୍ୟକ୍ତିମାନଙ୍କ ଯଶ ଏବଂ କିର୍ତ୍ତିରେ ବୃଦ୍ଧି ହେବ । ଏଥିସହିତ ଜମିବାଡିକୁ ନେଇ ଲାଗି ରହିଥିବା ସମସ୍ୟା ଦୂର ହେବାର ସମ୍ଭାବନା ରହିଛି । ଏତତ୍ ବ୍ୟତୀତ ଏହି ଅବଧି ମଧ୍ୟରେ ବାଣି ବା କଥାର ପ୍ରଭାବ ଅଧିକ ରହିବ । ଫଳରେ ଏହି ସମୟ ମଧ୍ୟରେ କୌଣସି ବି କାମ କରିବାକୁ ଯାଉଛନ୍ତି ତେବେ ଭାବି ଚିନ୍ତି କଥା ହୁଅନ୍ତୁ ଏବଂ କାମ କରନ୍ତୁ ।

Get real time updates directly on you device, subscribe now.