fbpx

ସବୁ ରାଜ୍ୟକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶ- କରୋନା ରୋଗୀଙ୍କ ପାଇଁ ଅଲଗା ନିର୍ମାଣ କର ମେଡିକାଲ

ନୂଆଦିଲ୍ଲୀ,୨୯ ।୩: କରୋନା ଭାଇରସ ସହିତ ମୁକାବିଲା କରିବାକୁ ଚେଷ୍ଟା ଜାରି ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟରେ କରୋନା ରୋଗୀଙ୍କ ପାଇଁ ଶଯ୍ୟା ବୃଦ୍ଧି କରିବାକୁ କୁହାଯାଇଛି । ଏହାସହ କରୋନା ରୋଗୀଙ୍କ ପାଇଁ ଅଲଗା ମେଡିକାଲ ନିର୍ମାଣ କରିବାକୁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି କରୋନା ମୁକାବିଲା ପାଇଁ ବିଦେଶୀ ଉପକରଣ ମଧ୍ୟ ମଗାଯାଉଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, କରୋନା ଭାଇରସ୍ ସହ ଲଢେଇ କରିବାକୁ ସରକାର ସବୁ ପ୍ରକାର ପ୍ରୟାସ ଜାରି ରଖିଛନ୍ତି । ଭାରତୀୟ ରେଳ ବିଭାଗ ଦ୍ୱାରା ଗତ ୫ ଦିନ ମଧ୍ୟରେ ଶସ୍ୟ, ଚିନି, ଲୁଣ, କୋଇଲା, ପେଟ୍ରେଆଲିୟମ ଇତ୍ୟାଦି ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ୧.୨୫ ଲକ୍ଷ ୱେଗନ ଚଳାଚଳ କରୁଛି ।

Get real time updates directly on you device, subscribe now.