fbpx

ଲୋକଙ୍କ ମଧ୍ୟରେ ବଢ଼ୁଛି ବୁଲଡୋଜର ବାବାଙ୍କ କ୍ରେଜ: ବାରଣାସୀରେ ଦେଖିବାକୁ ମିଳିଛି ଟାଟୁର ଧୁମ୍

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଏଥର ପୁଣି ଥରେ ବହୁମତ ପାଇଛି ବିଜେପି । ଉତ୍ତର ପ୍ରଦେଶରେ ଯୋଗୀଙ୍କ ନିର୍ବାଚନୀ ରାଲି ଖୁବ୍ ଚର୍ଚ୍ଚାରେ ରହିଥିଲା । ଆଉ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଥିଲା “ବୁଲଡୋଜର ବାବା’ । ୨୦୨୨ ରେ ଅପରାଧି ଏବଂ ମାଫିଆ ବିରୋଧରେ “ବୁଲଡୋଜର’ ଚଳାଇବା ପାଇଁ ସ୍ଲୋଗାନ ଦିଆଯାଇଥିଲା । ଏହି ବୁଲଡୋଜରକୁ ଯୋଗୀ ଆଦିତ୍ୟନାଥ ନିଜ ନିର୍ବାଚନୀ ଭାଷଣରେ ଖୁବ୍ ବ୍ୟବହାର କରିଥିଲେ । ଆଉ ତାଙ୍କର ସମର୍ଥକ ତାଙ୍କୁ ବୁଲଡୋଜର ବାବା ନୂଆ ନାମ ଦେଇଥିଲେ । ଏବେ ନିର୍ବାଚନରେ ବହୁମତ ସହ ସତ୍ତାକୁ ଫେରିଥିବା ଆଦିତ୍ୟନାଥ ନିଜେ ମଧ୍ୟ ଳୋକପ୍ରିୟ ହୋଇଛନ୍ତି । ଏହା ସହ ତାଙ୍କର ବୁଲଡୋଜର ନାମ ମଧ୍ୟ ସୁପରହିଟ୍ ହେଇଛି । ଆଉ ଏବେ ଜନତା ବୁଲଡୋଜର ଟାଟୁ କରିବାରେ ଲାଗିଛନ୍ତି  ।

ବୁଲଡୋଜର ବାବାଙ୍କ କ୍ରେଜ ଏତେ ଅଧିକ ରହିଛି ଯେ ଲୋକମାନେ ୟୁପିରେ ନିର୍ବାଚନ ଜିତିବା ପରେ ନିଜ ହାତରେ ବୁଲଡୋଜର ଟାଟୁ ବନାଉଛନ୍ତି । ଏତିକି ନୁହେଁ, ବୁଲଡୋଜର ବାବାଙ୍କ ନାମ ମଧ୍ୟ ଲେଖୁଛନ୍ତି । ଏନେଇ ଜଣେ ସମର୍ଥକ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁଣ୍ଡା ମାଫିଆ ରାଜ ଉପରେ ବୁଲଡୋଜର ଚଲାଇଛନ୍ତି । ଆମର ମା ଓ ଭଉଣୀମାନେ ଏବେ ସୁରକ୍ଷିତ । ଏଥିପାଇଁ ମୁଁ ନିଜ ହାତରେ ବୁଲଡୋଜର ବାବା ଟାଟୁ ବନାଇଛି ।

Get real time updates directly on you device, subscribe now.