fbpx

ବଡ଼ ଖବର: ପୋଲିସ କବଜାରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ସୁସ୍ଥ ହେବା ପରେ ଗିରଫ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗାଡ଼ି ମଡ଼ାଇବା ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏହାରି ମଧ୍ୟରେ ଆସିଛି ବଡ଼ ଖବର । ଏବେ ପୋଲିସ କବଜାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଆହତ ଜଗଦ୍ଦେବ ସୁସ୍ଥ ହେବା ପରେ ତାଙ୍କୁ ଗିରଫ କରାଯିବ । ଏନେଇ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି ।

ଆଇଜି ନରସିଂହ ଭୋଳ କହିଛନ୍ତି ଯେ, “ପୋଲିସ ବାରଣ ମାନି ନଥିଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ପୋଲିସ ଓ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇବାକୁ ଚେଷ୍ଟା କରିଥିଲେ । ବିଧାୟକଙ୍କ ବିରୋଧରେ ହତ୍ୟା ଉଦ୍ୟମ ଦଫା ଲାଗିଛି । ଏଥିରେ ପୋଲିସ କର୍ମୀ ଓ ୨ ଜଣ ସାମ୍ବାଦିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଅଧିକାରୀଙ୍କ ରିପୋର୍ଟ ଆଧାରରେ ପଦକ୍ଷେପ ନିଆଯାଇଛି । ହତ୍ୟା ଉଦ୍ୟମ ଓ ପୋଲିସ କାର୍ଯ୍ୟରେ ବାଧା ଦେଇଥିବା ଅଭିଯୋଗ ହୋଇଛି । ଗାଡ଼ିକୁ ଅସ୍ତ୍ର ଭାବେ ବ୍ୟବହାର କରିବା ନେଇ ଗୁରୁତର ଦଫା ଲାଗିଛି । ପୂର୍ବରୁ ୭ଟି କେସରେ ବିଧାୟକଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇଛି । ଡିଏସପି ରାଙ୍କର ଅଧିକାରୀଙ୍କୁ ତଦନ୍ତ ଭାର ଦିଆଯାଇଛି । ବାଣପୁରରେ ବର୍ତ୍ତମାନ ସ୍ଥିତି ଶାନ୍ତ ରହିଛି । ଅପୀତିକର ପରିସ୍ଥିତିକୁ ଏଡ଼ାଇବାକୁ ୧୪୪ ଧାରା ଲଗାଯାଇଛି ।’

Get real time updates directly on you device, subscribe now.